Coronavirus: ଦେଶରେ ଆଜି ଆସିଲା 2 ଲକ୍ଷ 34 ହଜାରରୁ ଅଧିକ ନୂଆ କରୋନା କେସ, 893 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ଜୀବନ ନେଉଥିବା କରୋନାଭାଇରସ୍ ମହାମାରୀର ମାମଲା କାଲି ତୁଳନାରେ ଆଜି ପୁଣି କମିଅଛି । ପୂର୍ବ 24 ଘଣ୍ଟା ମଧ୍ୟରେ ଦେଶରେ କରୋନା ଭାଇରସର 2 ଲକ୍ଷ 34 ହଜାର 281 ନୂଆ କେସ ସାମ୍ନାକୁ ଆସିଅଛି । ଏହି ସମୟରେ 893 ଜଣଙ୍କର ମୃତ୍ୟୁ ହୋଇଅଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 2 ଲକ୍ଷ 34 ହଜାର 281
ଏପର୍ଯ୍ୟନ୍ତ ମୋଟ ମାମଲା – 4 କୋଟି 10 ଲକ୍ଷ 92 ହଜାର 522

ପୂର୍ବ 24 ଘଣ୍ଟାରେ ସୁସ୍ଥ ହୋଇଥିବା ରୋଗୀ -3 ଲକ୍ଷ 52 ହଜାର 784
ଏପର୍ଯ୍ୟନ୍ତ ମୋଟ ସୁସ୍ଥ ହୋଇଥିବା ରୋଗୀ -3 କୋଟି 87 ଲକ୍ଷ 13 ହଜାର 494

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 8 ଶହ 93
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 4 ଲକ୍ଷ 94 ହଜାର 091

ମୋଟ ଆକ୍ଟିଭ କେସ- 18 ଲକ୍ଷ 84 ହଜାର 937

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 29 ଜାନୁୟାରୀ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 72 କୋଟି 73 ଲକ୍ଷ 90 ହଜାର 698 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 16 ଲକ୍ଷ 15 ହଜାର 993 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।

ରାଷ୍ଟ୍ରବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ମୋଟ 165 କୋଟି 70 ଲକ୍ଷ 60 ହଜାର 692 ଡୋଜ ଟିକା ଦିଆଯାଇଛି । ପୂର୍ବ 24 ଘଣ୍ଟାରେ 62, 22, 682 ଲୋକଙ୍କୁ ଟୀକା ଦିଆଯାଇଛି ।


ସେୟାର କରନ୍ତୁ