ପରଜଙ୍ଗ: ଜୀବନଧାରା ଯୁବକ ସଂଘ ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଜୀବନଧାରା ଯୁବକ ସଂଘ”ର ସଦସ୍ୟ ମାନଙ୍କୁ ନେଇ ଜୟପୁରାକାଟେଣୀ ଗାଁରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ସତ୍ୟାନନ୍ଦ ପରିଡାଙ୍କ ନେତୃତ୍ୱରେ ସଂଘର ପ୍ରାୟ 40 ଜଣ ସଦସ୍ୟ ଏହି ସଫେଇ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଗାଁ ପୋଖରୀ, ମଙ୍ଗଳା ଓ ଶିବ ମନ୍ଦିର ସ୍ଥାନରେ, ଗାଁ ରାସ୍ତା, ଡ୍ରେନ ସ୍କୁଲ ପରିସର ଆଦି ସଂଘର ସଦସ୍ୟ ମାନେ ସଫେଇ କରିଥିଲେ ।

ଏଥିସହିତ ରାସ୍ତା ଘାଟରେ ଅଳିଆ ଆବର୍ଜନା ନପକାଇ ଡ଼ଷ୍ଟବିନ ବ୍ୟବହାର କରିବା ଏବଂ ଗାଁକୁ ଏକ ସରସ ସୁନ୍ଦର ଏବଂ ସୁସ୍ଥ ଗାଁ ଗଠନ କରିବାକୁ ସଂଘ ପକ୍ଷରୁ ନାରବାଜି ଦିଆଯାଇଥିଲା । ଏଥିସହିତ ସଂଘର ସଦସ୍ୟ ମାନେ ଲୋକମାନଙ୍କୁ ପରିଷ୍କାର ପରିଚ୍ଛନ୍ନ ରହିବା ଆଦି ଉପରେ ସଚେତନତା କରିଥିଲେ । ଆଗାମୀ ଦିନରେ ମଧ୍ୟ ରକ୍ତଦାନ ଦାନ ଶିବିର ଭଳି ମହତ କାର୍ଯ୍ୟକ୍ରମ କରିବା ପାଇଁ ଜୀବନ ଧାରା ସଂଘ ର ସଭାପତି କହିଥିଲେ l

ଏହି କାର୍ଯ୍ୟକ୍ରମରେ ରଞ୍ଜନ ପରିଡା, ଶ୍ୟାମ ସୁନ୍ଦର ସିଂହ, ସୁବ୍ରତ ପରିଡା, ଅଜୟ ବେହେରା, ସଞ୍ଜୟ ପରିଡା, ରଞ୍ଜନ ସିଂହ, ତରଣୀ ଦଳେଇ ,ଅଶୋକ ଗୌଡ଼, ସିଲୁ ପରିଡା, ଅରୁଣ ପରିଡ଼ା, ଚନ୍ଦନ ପରିଡା ,ମିଟୁ ପରିଡା, ମିଟୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଜୀବନ ଧାରା ସଂଘ ତରଫରୁ ଏହି ମହତ କାର୍ଯ୍ୟ ପାଇଁ ସାଧାରଣ ରେ ପ୍ରଶଂସା ସାଉଁଟି ବା ସହିତ ବୁଦ୍ଧିଜୀବୀ ମହଲରୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି l


ସେୟାର କରନ୍ତୁ