Coronavirus: ପୂର୍ବ 24 ଘଣ୍ଟାରେ ସାମ୍ନାକୁ ଆସିଲା 94 ହଜାର ମାମଲା, 6148 ରୋଗୀଙ୍କ ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: କରୋନା ସଂକ୍ରମିଣର ଲହର ଭାରତରେ ଧିରେ ଧିରେ କମିବାକୁ ଲାଗି ଅଛି । ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 94 ହଜାର 052 ନୂଆ କେସ ସାମ୍ନାକୁ ଆସିଅଛି । ତେବେ ଏହି ସମୟ ମଧ୍ୟରେ 6 ହଜାର 148 କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଅଛି । ବିହାରରେ ମୃତ୍ୟୁ ସଂଖ୍ୟା ସଂଶୋଧନ ହେବା ପରେ ମୃତ୍ୟୁ ସଂଖ୍ୟା 6000 ପାର ହୋଇଅଛି । ପୂର୍ବ 24 ଘଣ୍ଟାରେ 1 ଲକ୍ଷ 51 ହଜାର 367 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 94 ହଜାର 052
ଏପର୍ଯ୍ୟନ୍ତ ମୋଟ ମାମଲା -2 କୋଟି 91 ଲକ୍ଷ 83 ହଜାର 121

ପୂର୍ବ 24 ଘଣ୍ଟାରେ ଠିକ ହୋଇଥିବା ରୋଗୀ – 1 ଲକ୍ଷ 51 ହଜାର 367
ଏପର୍ଯ୍ୟନ୍ତ ମୋଟ ଠିକ ହୋଇଥିବା ରୋଗୀ -2 କୋଟି 76 ଲକ୍ଷ 55 ହଜାର 493

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 6 ହଜାର 148
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 3 ଲକ୍ଷ 59 ହଜାର 676

ମୋଟ ଆକ୍ଟିଭ କେସ- ଏଗାର ଲକ୍ଷ 67 ହଜାର 952

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 9 ଜୁନ୍ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 37 କୋଟି 21 ଲକ୍ଷ 98 ହଜାର 253 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 20,04,690 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ