ଗତ ବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ପୁରୀରେ ଗଡିବ ରଥ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ଆଉ କିଛି ଦିନ ପରେ ହେବ ମହାପ୍ରଭୁଙ୍କ ରଥଯାତ୍ରା । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ କେବଳ ପୁରୀରେ ହେବ ରଥଯାତ୍ରା । ରାଜ୍ୟର ଅନ୍ୟ ସବୁଠି କେବଳ ମନ୍ଦିର ପରିସରରେ ନୀତିକାନ୍ତି ହେବ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି ।

ସେହିପରି ଏସ୍ଆର୍‌ସିଙ୍କ ପ୍ରେସ୍‌ମିଟ୍‌ ମୁତାବକ, ଗତବର୍ଷ ପୁରୀରେ ଯେଉଁଭଳି ଭାବରେ କଟକଣା ଭିତରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା, ଏବର୍ଷ ମଧ୍ୟ ସେମିତି ରଥଯାତ୍ରା ଅନୁଷ୍ଠିତ ହେବ । ଗତବର୍ଷ ଭଳି ଏବର୍ଷ ବି ପୁରୀ ରଥଯାତ୍ରାରେ ଭକ୍ତଙ୍କୁ ବାରଣ ରହିଛି ।

ଯେଉଁ ସେବାୟତ ରଥଯାତ୍ରାରେ ସାମିଲ ହେବେ ଟିକା ନେଇଥିବା ଜରୁରୀ । ସେମାନେ 2 ଡୋଜ୍ ଟିକା ନେଇଥିବେ କିମ୍ବା 48 ଘଣ୍ଟା ପୂର୍ବରୁ ସେମାନଙ୍କର RTPCR ଟେଷ୍ଟ୍‌ ରିପୋର୍ଟ ନେଗେଟିଭ ଥିବ ।

ଗତବର୍ଷ ଭଳି ରଥଯାତ୍ରା ବେଳେ ପୁରୀରେ ଏବର୍ଷ ବି କର୍ଫ୍ୟୁ ଲାଗିବ । ପୁରୀକୁ ବସ୍, ଗାଡ଼ି ମୋଟର ଚଳାଚଳ ଉପରେ କଟକଣା ଲଗାଯିବ । ରଥଯାତ୍ରା ବେଳେ କରୋନା କଟକଣା, ସାମାଜିକ ଦୂରତ୍ୱ ମାନିବା ଜରୁରୀ । ପୁରୀ ରଥଯାତ୍ରାର ସିଧା ପ୍ରସାରଣ ଦାୟିତ୍ୱ I & PR ବିଭାଗ ନେବ ।


ସେୟାର କରନ୍ତୁ