ଆଜିଠାରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜିଠୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍, ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଜିଠୁ ଆରମ୍ଭ ହେବ । ପରୀକ୍ଷାର୍ଥୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଅଛି । ଆଜି ପରୀକ୍ଷାର ପ୍ରଥମ ଦିନ ହୋଇଥିବାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକ ସକାଳ 7ଟାରେ ଖୋଲିଛି । ଏହା ମେ 10 ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରବଳ ଗ୍ରୀଷ୍ମ ପ୍ରଭାବ ପାଇଁ ଦ୍ବିତୀୟ ସିଟିଂରେ ହେବାକୁ ଥିବା ମଧ୍ୟମା ଓ ମୁକ୍ତବିଦ୍ୟାଳୟର ତିନିଟି ପରୀକ୍ଷା ସୂଚୀକୁ ବଦଳାଇ ପ୍ରଥମ ସିଟିଂକୁ ଅଣାଯାଇଛି ।

ପ୍ରଥମ ସିଟିଂ ପରୀକ୍ଷା ସକାଳ 8ଟାରୁ 10ଟା ମଧ୍ୟରେ ହେବ । ପ୍ରଥମ ଦିନ ପରୀକ୍ଷା କେନ୍ଦ୍ର ସକାଳ ୭ଟାରେ ଖୋଲିବ ଓ ଦ୍ବିତୀୟ ଦିନଠୁ ସକାଳ 7ଟା 15ରୁ ପରୀକ୍ଷା କେନ୍ଦ୍ର ଖୋଲାଯିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି। ପିଲାଙ୍କୁ ପରୀକ୍ଷା ଆରମ୍ଭର 15 ମିନିଟ୍ ପୂର୍ବରୁ ଅର୍ଥାତ୍ ସକାଳ 7ଟା 45ମିନିଟ୍ ରେ ପ୍ରଶ୍ନପତ୍ର ଦିଆଯିବ । ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାର୍ଟ-1 ଅବ୍ ଜେକ୍ଟିଭ୍ ପରୀକ୍ଷା ସକାଳ 8ଟାରୁ 9ଟା ଓ ପାର୍ଟ-2 ସବ୍ ଜେକ୍ଟିଭ୍ 9ଟାରୁ 10ଟା ପର୍ଯ୍ୟନ୍ତ ଚାଲିବ । ପରୀକ୍ଷା କେନ୍ଦ୍ରରେ ମୋବାଇଲକୁ କଡ଼ାକଡ଼ି ବାରଣ କରାଯାଇଛି ।

ଛାତ୍ରଛାତ୍ରୀ, ପରୀକ୍ଷା ଦାୟିତ୍ବରେ ଥିବା ଶିକ୍ଷକଶିକ୍ଷୟିତ୍ରୀ ଏପରିକି କେନ୍ଦ୍ର ସୁପରିନ୍ ଟେଣ୍ଡେଣ୍ଟ ମଧ୍ୟ ପରୀକ୍ଷା ସମୟରେ ମୋବାଇଲ୍ ଫୋନ ବ୍ୟବହାର କରିପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସକାଳ 7ଟା ମଧ୍ୟରେ ସମସ୍ତ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର କଡ଼ା ସୁରକ୍ଷା ବଳୟ ମଧ୍ୟରେ ପହଞ୍ଚିବାର ବ୍ୟବସ୍ଥା କରାଯାଇଛି । ପରୀକ୍ଷାକୁ ଶୃଙ୍ଖଳିତ ଓ କପି ରୋକିବାକୁ ବୋର୍ଡର ସ୍ଵତନ୍ତ୍ର 38 ଟି ସ୍କ୍ୱାର୍ଡ ,65 ଟି ଫ୍ଲାଇଙ୍ଗ ସ୍କ୍ବାଡ୍ ଗଠନ ହୋଇଛି । ଏ ବର୍ଷ ମୋଟ 5 ଲକ୍ଷ 85 ହଜାର 730 ପରୀକ୍ଷାର୍ଥୀ ରାଜ୍ୟର 3 ହଜାର 540 ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ।

ସୂଚନାଯୋଗ୍ୟ, ଏ ବର୍ଷ ମୋଟ 5 ଲକ୍ଷ 85 ହଜାର 730 ପରୀକ୍ଷାର୍ଥୀ ରାଜ୍ୟର 3 ହଜାର 540 ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ । 315ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ସାଇତି ରଖାଯାଇଛି । ଏହା ମଧ୍ୟରେ 21ଟି ଥାନାକୁ ନୋଡାଲ ସେଣ୍ଟର କରାଯାଇଛି । ପରୀକ୍ଷା ପରିଚାଳନାରେ ରାଜ୍ୟର 35 ହଜାରରୁ ଅଧିକ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନିୟୋଜିତ କରାଯାଇଛି ।


ସେୟାର କରନ୍ତୁ