Coronavirus Today: ଦେଶରେ ପୁଣି 43 ହଜାରରୁ ଅଧିକ ଆସିଲା କରୋନା ମାମଲା, ଆକ୍ଟିଭ କେସ ଚାରି ଲକ୍ଷରୁ ଅଧିକ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ଜୀବନ ନେଉଥିବା କରୋନା ମାମଲା ଥମି ନାହିଁ । ଲଗାତାର ଦ୍ୱିତୀୟ ଦିନ ମଧ୍ୟ 43 ହଜାରରୁ ଅଧିକ ନୂଆ କେସ ଦର୍ଜ ହୋଇଅଛି । ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 43 ହଜାର 509 ନୂଆ କେସ ସାମ୍ନାକୁ ଆସିଅଛି । ତେବେ ଏହି ସମୟ ମଧ୍ୟରେ 640 କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 38 ହଜାର 465 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 43 ହଜାର 509
ଏପର୍ଯ୍ୟନ୍ତ ମୋଟ ମାମଲା -3 କୋଟି 15 ଲକ୍ଷ 28 ହଜାର 114

ପୂର୍ବ 24 ଘଣ୍ଟାରେ ଠିକ ହୋଇଥିବା ରୋଗୀ – 38 ହଜାର 465
ଏପର୍ଯ୍ୟନ୍ତ ମୋଟ ଠିକ ହୋଇଥିବା ରୋଗୀ -3 କୋଟି 7 ଲକ୍ଷ 1 ହଜାର 612

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 6 ଶହ 40
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 4 ଲକ୍ଷ 22 ହଜାର 662

ମୋଟ ଆକ୍ଟିଭ କେସ- ଚାରି ଲକ୍ଷ 3 ହଜାର 840

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 28 ଜୁଲାଇ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 46 କୋଟି 26 ଲକ୍ଷ 29 ହଜାର 773 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 17 ଲକ୍ଷ 28 ହଜାର 795 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ