ପେଗାସସ୍ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟ୍ୱିଟ୍, ‘ସଂସଦର ଆଉ ସମୟ ନଷ୍ଟ କରନ୍ତୁ ନାହିଁ …’

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ପେଗାସସ୍ ସ୍କାଣ୍ଡାଲ୍: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପେଗାସସ୍ ଜାସୁସି ପ୍ରସଙ୍ଗକୁ ନେଇକରି ଟ୍ୱିଟ୍ କରିଛନ୍ତି,ଯେଉଁଥିରେ ସେ କେନ୍ଦ୍ର ସରକାରଙ୍କ ମନୋଭାବକୁ ଟାର୍ଗେଟ କରିଛନ୍ତି । ରାହୁଲ ଟ୍ୱିଟ୍‌ରେ ଲେଖିଛନ୍ତି, ‘ଆମର ଗଣତନ୍ତ୍ରର ମୂଳଦୁଆ ହେଉଛନ୍ତି ସାଂସଦ ଲୋକଙ୍କ ସ୍ୱରରେ ପରିଣତ ହୋଇ ରାଷ୍ଟ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରନ୍ତି । ମୋଦୀ ସରକାର ବିରୋଧୀଙ୍କୁ ଏହି କାର୍ଯ୍ୟ କରିବାକୁ ଦେଉ ନାହାଁନ୍ତି । ସଂସଦର ଆଉ ସମୟ ନଷ୍ଟ କରନ୍ତୁ ନାହିଁ – କରିବାକୁ ଦିଅନ୍ତୁ ମହଙ୍ଗାଇ, କୃଷକ ଏବଂ # ପେଗାସସ୍ ବିଷୟରେ ଆଲୋଚନା’ । ଉଲ୍ଲେଖନୀୟ କଥା ହେଉଛି, ପେଗାସସ୍ ପ୍ରସଙ୍ଗ ଯୋଗୁଁ ସଂସଦର ମୌସୁମୀ ଅଧିବେଶନ ବହୁ ମାତ୍ରାରେ ବ୍ୟାହତ ହେଉଛି ଏବଂ ବାରମ୍ବାର ଲୋକସଭା ଓ ରାଜ୍ୟସଭା ପ୍ରକ୍ରିୟା ସ୍ଥଗିତ ରହୁଅଛି ।

ବୁଧବାର ପେଗାସସ୍ ପ୍ରସଙ୍ଗରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ରାହୁଲ ଅଭିଯୋଗ କରିଛନ୍ତି ଯେ ସଂସଦରେ ଆମର ସ୍ୱରକୁ ଦବାଇ ଦିଆଯାଉଛି । ସେ କହିଛନ୍ତି, ‘ଆମେ କେବଳ ପଚାରୁଛୁ ଯେ ପେଗାସସ୍ ସଫ୍ଟୱେର୍ କିଣାଯାଇଛି କି ନାହିଁ ଏବଂ ଏହା କଣ ଭାରତର କିଛି ଲୋକଙ୍କ ବିରୋଧରେ ବ୍ୟବହୃତ ହୋଇଛି କି? ସରକାର ଏ ବିଷୟରେ କୌଣସି ଆଲୋଚନା ଚାହୁଁନାହାଁନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ଫୋନରେ ଏକ ‘ଅସ୍ତ୍ର’ ଭରି ଦେଇଛନ୍ତି । ରାହୁଲ ଏକ ପ୍ରଶ୍ନ ସ୍ୱାଭାବିକ ଢଙ୍ଗରେ ପଚାରିଥିଲେ, କାହିଁକି ଏହି ପ୍ରସଙ୍ଗରେ ଗୃହରେ ଆଲୋଚନା ହେବ ନାହିଁ? ସେମାନେ (ସରକାର) କହିଛନ୍ତି ଯେ ଆମେ ସଂସଦକୁ ବାଧା ଦେଉଛୁ । ଆମେ ଆମର ଦାୟିତ୍ୱ ପୂରଣ କରିବାକୁ ଚାହୁଁ ଏବଂ ଏହାକୁ ଗଣତାନ୍ତ୍ରିକ ପ୍ରକ୍ରିୟା ବିରୁଦ୍ଧ ବୋଲି କୁହାଯାଉଛି ।

ରାହୁଲ ଏହା ପୂର୍ବରୁ କୃଷକଙ୍କ ସହ ଜଡିତ ପ୍ରସଙ୍ଗରେ ଟ୍ୱିଟ କରିଥିଲେ ଯେଉଁଥିରେ ପରୋକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରାଯାଇଥିଲା । ରାହୁଲ ନିଜର ଟ୍ୱିଟରେ ଲେଖିଥିଲେ, ‘ଯେବେ ବନ୍ଧୁମାନଙ୍କ ଋଣ ଛାଡ଼ କରୁଅଛ, ତେବେ ଦେଶର ଅନ୍ନଦାତାଙ୍କ କାହିଁକି ନୁହେଁ? କୃଷକମାନଙ୍କୁ ଋଣମୁକ୍ତ କରିବା ମୋଦୀ ସରକାରଙ୍କ ପ୍ରାଥମିକତା ନୁହେଁ । ଏହା ହେଉଛି ଅନ୍ୟାୟ । ସେ ଏହି ଟୁଇଟ୍ ସହିତ ଏକ ସମ୍ବାଦପତ୍ରର ଖବରକୁ ସଂଲଗ୍ନ କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ସରକାର ସଂସଦରେ ସୂଚନା ଦେଇଛନ୍ତି ଯେ କୃଷି ଋଣ ଛାଡ଼ କରିବାକୁ ସରକାରଙ୍କର କୌଣସି ଯୋଜନା ନାହିଁ ।


ସେୟାର କରନ୍ତୁ