Coronavirus: ଦେଶରେ ପୂର୍ବ 24 ଘଣ୍ଟା ମଧ୍ୟରେ 50 ହଜାର 356 ନୂତନ ମାମଲା ଚିହ୍ନଟ ହୋଇଛି, 577 ଜଣଙ୍କର ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ କରୋନାକୁ ହରାଇବା ପାଇଁ ଲଢେ଼ଇ ଜାରି ରହିଛି, ଏ ଲଢେ଼ଇର ଲକ୍ଷ ଯେପର୍ଯ୍ୟନ୍ତ ଏହା ପାଇଁ ଔଷଧ ଆସିନାହିଁ ସେ ପର୍ଯ୍ୟନ୍ତ ଢିଲା ନାହିଁ । ଭାରତରେ କରୋନା ଭାଇରସ ମହାମାରୀରେ ପୂର୍ବ 24 ଘଣ୍ଟା ମଧ୍ୟରେ 50 ହଜାର 356 ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ 577 ରୋଗୀଙ୍କର ମୃତ୍ୟୁ ହୋଇଅଛି । ଭାରତରେ କରୋନାର ମୋଟ ମାମଲା ବଢିକରି 84 ଲକ୍ଷ 62 ହଜାର 80 ହୋଇଯାଇଛି ଏବଂ ଏଥିମଧ୍ୟରୁ ଏକ ଲକ୍ଷ 25 ହଜାର 562 ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ଆକ୍ଟିଭ କେସ କଥା କହିବାତ ଏହା ଖସି କରି 5 ଲକ୍ଷ 16 ହଜାର 632ରେ ପହଞ୍ଚିଛି ।

ଦେଶରେ ଏପର୍ଯ୍ୟନ୍ତ 78 ଲକ୍ଷ 19 ହଜାର 877 ଲୋକ ଆରୋଗ୍ୟ ଲାଭ କରିଛନ୍ତି । ପୂର୍ବ 24 ଘଣ୍ଟାରେ 53 ହଜାର 920 ଲୋକ ସୁସ୍ଥ ହୋଇଛନ୍ତି । ଆଇସିଏମଆର ମୁତାବକ ଏପର୍ଯ୍ୟନ୍ତ ମୋଟ 11 କୋଟି 65 ଲକ୍ଷ 42 ହଜାର 304 ସାମ୍ପୁଲର ଟେଷ୍ଟିଙ୍ଗ ହୋଇସାରିଛି । ଯେଉଁଥିରୁ 11 ଲକ୍ଷ 13 ହଜାର 209 ସାମ୍ପୁଲ କାଲି ଟେଷ୍ଟିଙ୍ଗ ହୋଇଅଛି ।


ସେୟାର କରନ୍ତୁ