ମାଧୁରୀ ଦୀକ୍ଷିତ ଏବଂ କ୍ରିତି ସାନନ୍ ‘ବିନା ପାୟଲ କେ ହିଁ ବଜେ ଘୁଙ୍ଗୁରୁ’ ଗୀତରେ ଦେଖାଇଲେ ଜବରଦସ୍ତ ଡ୍ୟାନ୍ସ , ଭିଡିଓ ହେଲା ଭାଇରାଲ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଆଜିକାଲି ସୋସିଆଲ ମିଡିଆରେ ମାଧୁରୀ ଦୀକ୍ଷିତ ବହୁତ ଆକ୍ଟିଭ ଅଛନ୍ତି । ତାଙ୍କର ଭିଡିଓଗୁଡିକ ଅନେକ ଚର୍ଚାରେ ରହିଅଛି । ଏହା ବ୍ୟତୀତ ମାଧୁରୀ ଦୀକ୍ଷିତଙ୍କ ଥ୍ରୋବ୍ୟାକ୍ ଭିଡିଓ ମଧ୍ୟ ଧମାଲ ମଚାଉ ଅଛି । ଏହି ସମୟରେ ଅଭିନେତ୍ରୀଙ୍କ ଆଉ ଏକ ଡ୍ୟାନ୍ସ ଭିଡିଓ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଭିଡିଓରେ ମାଧୁରୀ ଅଭିନେତ୍ରୀ କ୍ରିତି ସାନନଙ୍କ ସହ ‘ବିନା ପାୟଲ କେ ହିଁ ବାଜେ ଘୁଙ୍ଗୁରୁ’ ଗୀତରେ ନାଚୁଥିବାର ନଜର ଆସିଛନ୍ତି । ଭିଡିଓରେ, ମାଧୁରୀ ଏବଂ କ୍ରିତି କରୁଥିବା ଡ୍ୟାନ୍ସ ସମସ୍ତଙ୍କ ହୁଷ ଉଡାଇ ଦେଉଛି ।

ଭିଡିଓରେ ମାଧୁରୀ ଦୀକ୍ଷିତ ଏବଂ କ୍ରିତି ସାନନ୍ ନାଚିବା ସମୟରେ ଜବରଦସ୍ତ ଏକ୍ସପ୍ରେସନ ଦେଉଛନ୍ତି । ମାଧୁରୀ ଦୀକ୍ଷିତ ଏବଂ କ୍ରିତିଙ୍କ ଏହି ଡ୍ୟାନ୍ସ ଭିଡିଓ ଉପରେ ପ୍ରଶଂସକମାନେ ଖୁବ କମେଣ୍ଟ ଦେଉଛନ୍ତି ଏବଂ ସେମାନଙ୍କ ପ୍ରତିକ୍ରିୟା ଦେଉଛନ୍ତି । କହିବାକି ଅଭିନେତ୍ରୀ ପ୍ରାୟତଃ ନିଜର ଭିଡିଓକୁ ପ୍ରଶଂସକଙ୍କ ସହିତ ସେୟାର କରନ୍ତି । ଏମିତିରେ ମଧ୍ୟ ମାଧୁରୀଙ୍କ ଏହି ଭିଡିଓ ଅନେକ ପ୍ରଶଂସା ପାଇବାରେ ଲାଗିଛି ।

ମାଧୁରୀ ଵର୍କଫ୍ରଣ୍ଟର କଥା ହେବା ତ ଏହି ଅଭିନେତ୍ରୀଙ୍କୁ ଗତ ବର୍ଷ କଲଙ୍କ ଏବଂ ଟୋଟାଲ ଧମାଲରେ ଦେଖିବାକୁ ମିଳିଥିଲା । ମାଧୁରୀ ଦୀକ୍ଷିତ ରିୟଲିଟି ଟିଭି ସୋ’ରେ ଜଜ୍ ଭାବରେ ଫେରିବାକୁ ଯାଉଛନ୍ତି । ରିଅଲିଟି ସୋ ‘ଡ୍ୟାନ୍ସ ଦିବାନେ’ର ନୂଆ ସିଜନରେ ତାଙ୍କୁ ଦେଖିବାକୁ ମିଳିବ । ମାଧୁରୀ ଦୀକ୍ଷିତଙ୍କୁ ଆଗାମୀ ଦିନରେ ଅନେକ ବଡ଼ ପ୍ରକଳ୍ପରେ ଦେଖିବାକୁ ମିଳିବ ।


ସେୟାର କରନ୍ତୁ