ଶାହରୁଖଙ୍କୁ ନେଇ ଗୌରୀ କଣ କହିଲେ, ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବଲିଉଡ୍‌ ସୁପର ଷ୍ଟାର ତଥା କିଙ୍ଗ୍‌ ଖାନ୍ ଶାହରୁଖଙ୍କୁ ନେଇ ପତ୍ନୀ ଗୌରୀ ଖାନ୍‌ ଏକ ରହସ୍ୟକୁ ପଦାକୁ ଆଣିଛନ୍ତି । ତାଙ୍କ କହିବା ଅନୁଯାୟୀ ଶାହରୁଖ କୌଣସି ଜାଗାକୁ ଯିବାକୁ ପାଇଁ ହେଲେ ସେ ତୟାରୀ ହେବାକୁ ଅଧିକ ସମୟ ନେଇଥାନ୍ତି । ତାଙ୍କର ଏକ ରୁମ୍‌ ଖାଲି ଆଲ୍‌ମିରାରେ ହିଁ ଭର୍ତ୍ତି ହୋଇଛି ।

ଗୌରୀ କହିଛନ୍ତି ଯେ , ‘କୌଣସି ଜାଗାକୁ ଯିବାକୁ ପାଇଁ ହେଲେ ଏଥିପାଇଁ ମୋତେ ତୟାରୀ ହେବାକୁ କେବଳ ପାଞ୍ଚ ମିନିଟ୍‌ ସମୟ ଲାଗୁଥିବାବେଳେ ସେ ପାଞ୍ଚ ଘଣ୍ଟା ସମୟ ନେଇଥାନ୍ତି ।’ ଗୌରୀଙ୍କର ଏ କଥାକୁ ନେଇ ଶାହରୁଖ କହିଛନ୍ତି, ‘ମୁଁ ପ୍ରାୟତଃ ସଦା ସର୍ବଦା କଳା ରଙ୍ଗର ପୋଷାକ ହିଁ ପିନ୍ଧିଥାଏ । ତେଣୁ ପ୍ରତ୍ୟେକ ଥର ଭିନ୍ନ ଭିନ୍ନ ଡିଜାଇନ୍‌ର କଳା ରଙ୍ଗର ପୋଷାକ ପିନ୍ଧିବାକୁ ପଡ଼ିଥାଏ ।’

ଉଭୟ ଶାହରୁଖ ଏବଂ ଗୌରୀ Vogue X Nykaa Fashion Power List ଇଭେଣ୍ଟରେ ଯୋଗ ଦେଇଥିଲେ । ଯେଉଁଠି ସେମାନଙ୍କୁ ଷ୍ଟାଇଲିଶ୍‌ କପଲ୍‌ ଅଫ ଦ ଇୟର୍‌ ଆୱାର୍ଡ ମିଳିଥିଲା । ଗୌରୀ ସାକ୍ଷାତକାରରେ ଶାହରୁଖ୍‌ଙ୍କ ବିଷୟରେ ଏଭଳି ଖୁଲାସା କରିଥିଲେ ।

ଶାହରୁଖଙ୍କ ଫିଲ୍ମ କ୍ୟାରିୟର କଥା କହିବାତ ଶେଷଥର ପାଇଁ ଶାହରୁଖ୍‌ ‘ଜିରୋ’ ଫିଲ୍ମରେ ନଜର ଆସିଥିଲେ । ଏହି ସିନେମାରେ କ୍ୟାଟ୍ରିନା କୈଫ୍ ଏବଂ ଅନୁଷ୍କା ଶର୍ମା ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିଥିଲେ । ତେବେ ଏହି ଫିଲ୍ମଟି ବକ୍ସ ଅଫିସରେ ସେମିତି କିଛି କମାଲ ଦେଖେଇ ପାରିନଥିଲା ।


ସେୟାର କରନ୍ତୁ