କ୍ୟାଟ୍ରିନା କୈଫ କରାଇଲେ ଚେହେରାର ସର୍ଜରୀ, ବଦଳିଥିବା ଲୁକ୍କୁ ଦେଖି ଟ୍ରୋଲର୍ସ କହିଲେ-ବୋଟକ୍ସ କ୍ୱିନ୍

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଗତ କିଛି ବର୍ଷ ଧରି ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନିଜର ଫଟୋ ଏବଂ ସୌନ୍ଦର୍ଯ୍ୟ ବଜାୟ ରଖିବାରେ ଜଣାଶୁଣା ଅଟନ୍ତି । କରୋନା ଅବଧି ପରେ କ୍ୟାଟ୍ରିନାଙ୍କ ପ୍ରଥମ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରିଲିଜ୍ ପାଇଁ ପ୍ରସ୍ତୁତ ଅଛି । କିନ୍ତୁ ଫିଲ୍ମ ରିଲିଜ୍ ହେବା ପୂର୍ବରୁ କ୍ୟାଟ୍ରିନା କୈଫଙ୍କୁ ତାଙ୍କ ଲୁକ୍ ପାଇଁ ଟ୍ରୋଲ କରାଯାଉଛି ।

କ୍ୟାଟ୍ରିନା ଦୀର୍ଘ ସମୟ ଧରି ଚର୍ଚ୍ଚାରେ ରହିଆସିଛନ୍ତି। ଆଜିକାଲି ଅଭିନେତ୍ରୀ ତାଙ୍କର ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ଅକ୍ଷୟ କୁମାର ମଧ୍ୟ ଅଛନ୍ତି । ତାଙ୍କର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ ଅଭିନେତ୍ରୀ ଟ୍ରୋଲର୍ସଙ୍କ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି । ଏହାର କାରଣ ହେଉଛି, ତାଙ୍କ ନୂଆ ଲୁକ । ସେ ବୋଟକ୍ସ କରାଇଥିବା ଫଟୋରେ ସ୍ପଷ୍ଟ ଦେଖାଯାଉଛି ।

ସେଲିବ୍ରିଟିମାନେ ସେମାନଙ୍କର ରଙ୍ଗ, ଲୁକ୍, ସାଇଜ୍, ଅଭିନୟ ଦକ୍ଷତା ପାଇଁ ପ୍ରାୟତଃ ଟ୍ରୋଲ୍ ହୁଅନ୍ତି । ଏଥର କ୍ୟାଟ୍ରିନା ଏକ ମାଗାଜିନ କଭର ପାଇଁ ଫଟୋସୁଟ କରିଛନ୍ତି । ତାଙ୍କ ଚେହେରା ପାଇଁ ଟ୍ରୋଲର୍ସ ତାଙ୍କୁ ଟାର୍ଗେଟ କରିଛନ୍ତି । ଅନେକ ଲୋକ ଅଭିନେତ୍ରୀଙ୍କୁ ଟ୍ରୋଲ କରି କହିଛନ୍ତି ଯେ ସେ ଅଲ୍ ବୋଟକ୍ସ । କିନ୍ତୁ ଏନେଇ ଅଭିନେତ୍ରୀ ବୋଟକ୍ସ ବିଷୟରେ କୌଣସି କଥା ନିଶ୍ଚିତ କରିନାହାଁନ୍ତି ।


ସେୟାର କରନ୍ତୁ