ଗୋଡ କଟିବା ପରେ ମଧ୍ୟ ହାତୀ ହରାଇ ନାହିଁ ସାହସ, ବଲିଉଡ ନିର୍ଦ୍ଦେଶକ ସେୟାର କଲେ Video

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ସୋସିଆଲ ମିଡିଆରେ ଏକ ହାତୀର ଭିଡିଓ ଏହି ସମୟରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଏହା ଦେଖିବାକୁ ମିଳେ ଯେ ହାତୀର ଗୋଡ ଭାଙ୍ଗି ଯାଇଛି ଏବଂ ସେ କୃତ୍ରିମ ଗୋଡ ସାହାଯ୍ୟରେ ବୁଲୁଅଛି । ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ମଧୁର ଭଣ୍ଡାରକର (Madhur Bhandarkar) ମଧ୍ୟ ଏହି ଭିଡିଓ ଉପରେ ନଜର ପକାଇଛନ୍ତି । ଏହି ଭିଡିଓରେ ହାତୀର ସାହସ ତାଙ୍କ ହୃଦୟକୁ ସ୍ପର୍ଶ କରିଛି । ମଧୁର ଭଣ୍ଡାରକର ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଏହି ହାତୀର ଭିଡିଓକୁ ପୋଷ୍ଟ କରିଛନ୍ତି । ଭିଡିଓଟିକୁ ସୋସିଆଲ ମିଡିଆରେ ଖୁବ ଜୋରରେ ଦେଖାଯାଉଛି ।

ମଧୁର ଭଣ୍ଡାରକର ହାତୀ ଭିଡିଓର ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି: ‘ସାହସ ହେଉଛି ନିର୍ଣ୍ଣୟର ମୂଳଦୁଆ ।’ ମାଧୁର ଭଣ୍ଡାରକର ଏହିପରି ହାତୀର ସାହସକୁ ପ୍ରଶଂସା କରିଛନ୍ତି । ଭିଡିଓରେ ଏହା ଦେଖିବାକୁ ମିଳେ ଯେ ହାତୀଟି କୃତ୍ରିମ ଗୋଡରେ ମହାବତ୍ ସହିତ ଧୀରେ ଧୀରେ ଚାଲୁଛି । ଭିଡିଓରେ ୟୁଜର୍ସ ମାନେ ଖୁବ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ଏବଂ ଏହାକୁ ମଧ୍ୟ ସେୟାର କରୁଛନ୍ତି ।

ମଧୁର ଭଣ୍ଡାରକର (Madhur Bhandarkar) ଜଣେ ଜାତୀୟ ପୁରସ୍କାର ବିଜେତା ଭାରତୀୟ ଫିଲ୍ମ ନିର୍ଦ୍ଦେଶକ, ସ୍କ୍ରିନ୍ ରାଇଟର୍ ଏବଂ ନିର୍ମାତା ଅଟନ୍ତି । ସେ ଚାନ୍ଦନୀ ବାର୍, ପେଜ୍ 3, ଟ୍ରାଫିକ୍ ସିଗନାଲ୍, ଇନ୍ଦୁ ସର୍କାର, ଦିଲ୍ ତୋ ବଚ୍ଚା ହେ ଜୀ, ଜେଲ୍, ମ୍ୟାନ୍ ଆଟ୍ ୱାର୍କ, ସତ୍ତା ଏବଂ ଫ୍ୟାଶନ୍ ଭଳି ଶ୍ରେଷ୍ଠ ଫିଲ୍ମ ପାଇଁ ଜଣାଶୁଣା । ଟ୍ରାଫିକ୍ ସିଗନାଲ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସେ ଜାତୀୟ ପୁରସ୍କାର ପାଇଛନ୍ତି ।


ସେୟାର କରନ୍ତୁ