Gundi Teaser Out: ନିଜର ଧମାକାଦାର ଅନ୍ଦାଜରେ ଲୋକଙ୍କୁ ଚକିତ କରୁଛନ୍ତି ସପନା ଚୌଧୁରୀ

ସିନେମା
ସେୟାର କରନ୍ତୁ

ମଶହୂର ହରିୟାଣାବି ସିଂଗର ଏବଂ ଡ୍ୟାନ୍ସର ସପନା ଚୌଧୁରୀ ମନୋରଞ୍ଜନ ଦୁନିଆରେ ଏକ ଜଣାଶୁଣା ନାମ । ସପନା ପ୍ରାୟତଃ କୌଣସି ନ କୌଣସି କାରଣରୁ ଆଲୋଚନାରେ ଥାଆନ୍ତି । ଏଥର ସେ ନିଜର ନୂଆ ପ୍ରୋଜେକ୍ଟ ପାଇଁ ଚର୍ଚାରେ ଅଛନ୍ତି । ଅଭିନେତ୍ରୀଙ୍କ ନୂଆ ପ୍ରୋଜେକ୍ଟ ‘ଗୁଣ୍ଡି’ ଏହି ସମୟରେ ଖୁବ ଚର୍ଚାରେ ରହିଅଛି । ଆଗାମୀ ଭିଡିଓ ଗୀତରେ ସପନା ଚୌଧୁରୀ ‘ଗୁଣ୍ଡି’ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ତେବେ ଏହି ଗୀତର ପ୍ରଥମ ଟିଜର ଆଉଟ ହୋଇଅଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଟିଜରରେ ସପନାଙ୍କୁ ଏକ ଜବରଦସ୍ତ ଅବତାରରେ ଦେଖିବାକୁ ମିଳୁଅଛି ।

ଏହି ଗୀତର ଟିଜରକୁ କିଛି ସମୟ ପୂର୍ବରୁ ସୋସିଆଲ ମିଡିଆରେ ସପନା ସପନା ଚୌଧୁରୀ ସେୟାର କରିଥିଲେ । ଏହି ଟିଜରରେ ସପନା ନିଜ ହାତରେ ବନ୍ଧୁକ ଧରି ପୁରା ଗାଁରେ ବୁଲୁଥିବାର ନଜର ଆସିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଲୋକ ଏହି ଟିଜରକୁ ଦେଖିଛନ୍ତି । ଟିଜର ପରେ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଗୀତର ରିଲିଜକୁ ଅପେକ୍ଷା କରିଛନ୍ତି । ମାର୍ଚ୍ଚ 8 ରେ ଅନ୍ତର୍ଜାତୀୟ ମହିଳା ଦିବସରେ ସପନା ଚୌଧୁରୀଙ୍କ ନୂତନ ହରିୟାଣୀ ଗୀତ ‘ଗୁଣ୍ଡି’ ରିଲିଜ ହେବାକୁ ଯାଉଛି ।

ଏଠାରେ ଦେଖନ୍ତୁ ଟିଜର

ଏହି ଗୀତଟି ୟୁଟ୍ୟୁବ୍ ଚ୍ୟାନେଲ୍ ‘ଡ୍ରିମ୍ ଏଣ୍ଟରଟେନମେଣ୍ଟ ହରିୟାନବି’ରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଭିଡିଓ ଗୀତ ସେହି ମହିଳାମାନଙ୍କ ଉପରେ ଆଧାରିତ, ଯେଉଁମାନେ ସମାଜରେ ନ୍ୟାୟ ପାଉନାହାଁନ୍ତି ଏବଂ ସେମାନେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଅସମର୍ଥ ହେଉଛନ୍ତି । କିନ୍ତୁ ଏହା ମଧ୍ୟ କୁହାଯାଇଛି ଯେ ମହିଳାମାନେ ଆଗକୁ ଆସି ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ । ଏହି ଗୀତରେ ପ୍ରଥମ ଥର ପାଇଁ ସପନା ଚୌଧୁରୀ ଏକ ବିଶେଷ ଅବତାରରେ ନଜର ଆସିଛନ୍ତି ।


ସେୟାର କରନ୍ତୁ