ନାନା ପାଟକର ଦେଲେ ଏକ କରୋଡର ଡୋନେସନ,କହିଲେ- ଏହି ସମୟରେ ଘରେ ରହିବା ସବୁଠାରୁ ବଡ଼ ଦେଶ ସେବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଦେଶରେ କରୋନା ଭାଇରସ ସଂକ୍ରମଣ ପାଇଁ ବନାଯାଇଅଛି PM CM ରିଲିଫ ଫଣ୍ଡ । ଯେଉଁଥିରେ ବଲିଓଡ଼ ହସ୍ତୀ ମାନେ ହୃଦୟ ଖୋଲି ଦାନ ଦେଉଛନ୍ତି । ଏହି କଡ଼ିରେ ନୂଆ ନାମ ନାନା ପାଟକରଙ୍କ ଜୋଡ଼ିଯାଇଅଛି । ନାନା ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡ଼ିଓ ସେୟାର କରି ଏହାର ଜାନକାରୀ ଦେଇଛନ୍ତି । ନାନା ନାମ ଫାଉଣ୍ଡେସନ ସାଥିରେ ମିଶିକରି ମହାରାଷ୍ଟ୍ର CM ରିଲିଫ ଫଣ୍ଡ ଏବଂ PM ରିଲିଫ ଫଣ୍ଡକୁ 50-50 ଲକ୍ଷ ଦେବାକୁ ଘୋଷଣା କରିଛନ୍ତି ।

ଭିଡ଼ିଓରେ ନାନା କହୁଛନ୍ତି, ନମସ୍କାର ମୁଁ ନାନା ପାଟକର, ମୁଁ ବୁଝୁଅଛି ଏହି ସମୟରେ ଆମ ସମସ୍ତଙ୍କୁ ଆମରି ଜାତି,ଆମରି ଧର୍ମ ଭୁଲିକରି ସରକାର ସାଥିରେ ସହଯୋଗ କରିବାକୁ ହେବ । ଏତେ ବଡ଼ ଆପଦ ବିପଦ ସାଥିରେ ସରକାର ଏକୁଟିଆ ଲଢ଼ି ପାରିବ ନାହିଁ । ଆମକୁ ଆମର ଜିମେଦାରୀ ଉଠାଇବାକୁ ପଡିବ । CM ଏବଂ PM ନିଧି ପାଇଁକି ନାମ ଫାଉଣ୍ଡେସନ ମାଧ୍ୟମରେ ଦୁଇଟି ଚେକ ପଠାଯିବ 50-50 ଲକ୍ଷ । ଆପଣ ଆପଣଙ୍କର ଜିମେଦାରୀ ଉଠାଇବେ ମୋତେ ପୁରା ବିଶ୍ୱାସ ଅଛି । ସବୁଠାରୁ ମହତ୍ବପୂର୍ଣ କଥା ହେଉଛିକି ତୁମେ ଘର ଭିତରୁ ବାହାରକୁ ବାହାରନ୍ତୁନାହିଁ । ଏହି ସମୟରେ ଘରେ ରହିବା ସବୁଠାରୁ ବଡ଼ ଦେଶ ସେବା ଅଟେ, ବାସ ଏତିକି କରନ୍ତୁ । ଧନ୍ୟବାଦ ।


ସେୟାର କରନ୍ତୁ