Lockdownରେ କାଜୋଲ ଏହି ଜିନିଷକୁ କରୁଛନ୍ତି ଖୁବ ମିସ, ସେୟାର କରିଛନ୍ତି ଏହି ଖାସ ଫଟୋ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଦେଶକୁ ଖାତରନାକ କରୋନା ଭାଇରସ ମହାମାରୀ ଠାରୁ ବଞ୍ଚାଇବାକୁ ପାଇଁ ରାଷ୍ଟ୍ରବ୍ୟାପୀ ତାଲାବନ୍ଦୀକୁ 3 ମଇ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ଏବଂ ଏହି ସମୟରେ ଲୋକମାନଙ୍କୁ ଘରେ ରହିବାର ପରାମର୍ଶ ଦିଆଯାଇଛି । ଘରେ ବନ୍ଦ ରହିକରି ଲୋକଙ୍କର ପୂର୍ବରୁ ନିଜୀ ଜୀବନ ସହ ଯୋଡି ହୋଇଥିବା ବହୁତ ମନେପଡ଼ୁଅଛି ଏବଂ ଏହାର ଝଲକ ସୋସିଆଲ ମିଡିଆରେ ସବୁବେଳେ ଦେଖିବାକୁ ମିଳୁଅଛି, ଯେଉଁଠି ଲୋକେ ପୁରୁଣା ଫଟୋକୁ ସେୟାର କରି ପୁରୁଣା ଦିନକୁ ମାନେ ପକାଉଛନ୍ତି ।

ବଲିଓଡ଼ ସେଲିବ୍ରେଟି ମଧ୍ୟ ଏଥିରୁ ବାହାରି ନାହାନ୍ତି । ସେ ମଧ୍ୟ ସୁଟିଂ, ସେଟ, ଇବେଣ୍ଟ ଇତ୍ୟାଦି ବ୍ୟତୀତ ନିଜର ବୁଲାବୁଲି କରିବା ମଧ୍ୟ ମନେ ପଡୁଅଛି । ଏମିତି ଜଣେ ଅଭିନେତ୍ରୀ ଅଛନ୍ତି, ଯାହାକୁ ଘରେ ବସିକି ପ୍ୟାରିସ ମନେପଡିଅଛି ।

ତେବେ କାଜୋଲ ଶନିବାର ଇନଷ୍ଟାଗ୍ରାମ ଉପରେ ନିଜର ଏକ ଫଟୋକୁ ସେୟାର କରିଥିଲେ, ଯେଉଁଥିରେ ତାଙ୍କ ପଛରେ ଖୁବ ଦୂରରେ ଏଫିଲ ଟାୱାର ଦେଖାଯାଉଅଛି ।

ଅଭିନେତ୍ରୀ ତାଙ୍କର ଏହି ପୋଷ୍ଟ କେପସନରେ ଲେଖିଲେ, ‘କିଛି ବର୍ଷ ପୂର୍ବର ପ୍ୟାରିସର ଫଟୋ…ଏଠାରେ ସବୁଠାରୁ ମଶହୂର ଜାଗା ବ୍ୟାକଗ୍ରାଉଣ୍ଡରେ ଖୁବ ଦୂରରେ ଦେଖାଯାଉଅଛି…ଆପଣଙ୍କୁ ଦେଖାଯାଉଅଛି ?’

କାଜୋଲଙ୍କ ପ୍ରଶଂସକ ମାନେ ତାଙ୍କର ଏହି ପୋଷ୍ଟରେ ହାର୍ଟ ଇମୋଜୀ ସାଥିରେ ଢେର କମେଣ୍ଟସ କରିଛନ୍ତି । ଏହାକୁ ସେୟାର କରିବାର ଅଧା ଘଣ୍ଟା ଭିତରେ ହିଁ ଏହି ଫଟୋକୁ 49,507 ଲାଇକ ମିଳିଅଛି ।


ସେୟାର କରନ୍ତୁ