ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ଆଉ ଦୁଇ କରୋନା ଆକ୍ରାନ୍ତ ଓଡ଼ିଶାରେ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏହା ଏକ ରାଜ୍ୟ ପାଇଁ ଭଲ ଖବର । ଏମାନଙ୍କର ନମୁନା ନେଗେଟିଭ ଆସିବା ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏହି ଦୁଇ ଆକ୍ରାନ୍ତ ଭୁବନେଶ୍ୱରର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି । ଏହା ଫଳରେ ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା 21ରେ ପହଞ୍ଚିଛି । ପୂର୍ବରୁ 19 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଜି 2 ଜଣ ସୁସ୍ଥ ହୋଇଛନ୍ତି । ଏହା ଫଳରେ ସାରା ରାଜ୍ୟ ତଥା ଭୁବନେଶ୍ୱର ପାଇଁ ଏକ ଭଲ ଖବର ଆଣିଦେଇଛି । ତେବେ ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ 60ଟି ପଜିଟିଭ ଥିବା ସମୟରେ ଏବେ 38 ଜଣ ଆକ୍ଟିଭ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।


ସେୟାର କରନ୍ତୁ