ଶେରଶାହର ପ୍ରଥମ ଗୀତ ‘ରାତା ଲମ୍ବିୟା’ ରିଲିଜ, ସିଦ୍ଧାର୍ଥ-କିୟାରାଙ୍କ କେମେଷ୍ଟ୍ରିରେ ପ୍ରଶଂସକ ଖୁସି

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ସିଦ୍ଧାର୍ଥ ମଲହୋତ୍ରା ସାହସୀ କ୍ୟାପଟେନ ବିକ୍ରମ ବତ୍ରାଙ୍କୁ ମନେ ରଖିବା ପାଇଁ ତାଙ୍କ ଉପରେ ନିର୍ମିତ ଫିଲ୍ମ ‘ଶେରଶାହ’ରେ କ୍ୟାପଟେନ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମ ‘ଶେରଶାହ’ OTT ଲେବଲ୍ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବାକୁ ଯାଉଛି । ବିଷ୍ଣୁବର୍ଦ୍ଧନ ଏବଂ କରଣ ଜୋହରଙ୍କ ଏହି ଫିଲ୍ମର ଟ୍ରେଲର ସମସ୍ତଙ୍କ ଲୋମ ଟାଙ୍କୁରେଇ ଦେଇଥିଲା ଏବଂ ସମସ୍ତଙ୍କ ମନରେ ଦେଶପ୍ରେମର ଭାବନା ପ୍ରକାଶ କରିଥିଲା । ଏଥିସହିତ ଫିଲ୍ମର ପ୍ରଥମ ଗୀତ ‘ରାତା ଲମ୍ବିୟା’ ମଧ୍ୟ ରିଲିଜ ହୋଇଛି ।

ଦର୍ଶକଙ୍କ ମନରେ ଉତ୍ସାହ ରଖିବା ପାଇଁ ଷ୍ଟ୍ରିମିଂ ପ୍ଲାଟଫର୍ମ ରେ ବର୍ତ୍ତମାନ ଫିଲ୍ମର ‘ରାତା ଲମ୍ବିୟା’ ନାମକ ପ୍ରଥମ ଗୀତ ରିଲିଜ ହୋଇଛି । ଯେଉଁଥିରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିୟାରା ଆଡଭାନୀ ନଜର ଆସିଛନ୍ତି । ଏହି ଫିଲ୍ମରେ ଉଭୟ ବିକ୍ରମ ବତ୍ରା ଏବଂ ଡିମ୍ପଲ୍ ଚିମା ଭୂମିକାରେ ଅଭିନୟ କରୁଛନ୍ତି । ଗୀତ ମାଧ୍ୟମରେ ଏହି ଯୋଡି ଉଭୟଙ୍କ ସୁନ୍ଦର ପ୍ରେମ କାହାଣୀ ଦେଖାଇଛନ୍ତି ।

ଏଠାରେ ଦେଖନ୍ତୁ ଭିଡ଼ିଓ..

‘ରାତା ଲମ୍ବିୟା’ର ରଚନା ଏକ ସୁଖଦ ଦାୟକ ଅଟେ । ଜୁବିନ୍ ନାଉଟିୟାଲ୍ ଏବଂ ଆସିସ୍ କୌର ଏଥିରେ ସ୍ୱର ଦେଇଛନ୍ତି । ବିଷ୍ଣୁଭାରଙ୍କ ଫିଲ୍ମ ‘ଶେରଶାହ’ରେ ସିଦ୍ଧାର୍ଥ ମାଲହୋତ୍ରା ଏବଂ କିୟାରା ଆଡଭାନୀଙ୍କ ସହ ଶିବ ପଣ୍ଡିତ, ରାଜ ଅର୍ଜୁନ, ପ୍ରଣୟ ପଚୌରୀ, ହିମାଂଶୁ ଅଶୋକ ମଲହୋତ୍ରା, ନିକିତିନ ଧୀର, ଅନିଲ ଚରଣଜିତ, ସାହିଲ ବୈଦ, ଶତାପ ଫିଗର ଏବଂ ପୱନ ଚୋପ୍ରା ମଧ୍ୟ ନଜର ଆସିବେ । ‘ଶେରଶାହ’ ଫିଲ୍ମ 12 ଅଗଷ୍ଟ 2021 ରେ ଆମାଜନ ପ୍ରାଇମରେ ପ୍ରିମିୟର ହେବ ।


ସେୟାର କରନ୍ତୁ