ରାଜ୍ୟରେ ସୁସ୍ଥ ହେଲେ 401 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 10877

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 401 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 10,877ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 401 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରରୁ 98 ଜଣ, ଗଞ୍ଜାମ ଜିଲ୍ଲାରୁ 84 ଜଣ, ସୁନ୍ଦରଗଡ଼ରୁ 46 ଜଣ, ଗଜପତିରୁ 36 ଜଣ, ଝାରସୁଗୁଡ଼ାରୁ 30 ଜଣ, କେନ୍ଦୁଝରରୁ 17 ଜଣ, ମାଲକାନଗିରିରୁ 17 ଜଣ, ଜଗତସିଂହପୁରରରୁ 17 ଜଣ, ଖୋର୍ଦ୍ଧାରୁ 12 ଜଣ, ଅନୁଗୁଳ 8 ଜଣ, ସୋନପୁରରୁ 7 ଜଣ, ବରଗଡ଼ରୁ 6 ଜଣ, ସମ୍ବଲପୁରରୁ 5 ଜଣ, କେନ୍ଦ୍ରାପଡ଼ାରୁ 5 ଜଣ, ଢ଼େଙ୍କାନାଳଙ୍କୁ 4 ଜଣ, ଭଦ୍ରକ ଓ ବାଲେଶ୍ୱରରୁ 3 ଜଣ ଲେଖାଏଁ, କଟକରୁ 2 ଜଣ ଏବଂ ପୁରୀରୁ ଜଣେ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ