ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର, ସେ ଭୁବନେଶ୍ବର ମଧୁସୂଦନ ନଗର ଅଞ୍ଚଳର ବୋଲି ଜଣାପଡିଛି । ଏହି ଚିହ୍ନଟ ଆକ୍ରାନ୍ତ 41 ନମ୍ବର ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ ଓ ସେ ଜଣେ 77 ବର୍ଷୀୟ ବୃଦ୍ଧ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଗରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 118 ଥିବା ବେଳେ ଆଜି ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 119କୁ ବୃଦ୍ଧି ହୋଇଛି ।

ବର୍ତମାନ ସୁଦ୍ଧା କେବଳ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା 47 ଛୁଇଁଛି । ରାଜ୍ୟରେ ଏହି କରୋନାରେ ଆଜିକୁ ମିଶାଇ 119 ଜଣ ଆକ୍ରାନ୍ତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 38 ବ୍ୟକ୍ତି ସୁସ୍ଥ ହୋଇଛନ୍ତି ଏବଂ 80 ଜଣଙ୍କର ବିଭିର୍ନ COVID-19 ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି ।


ସେୟାର କରନ୍ତୁ