ଭୁବନେଶ୍ୱରରେ 2 କରୋନା ପଜିଟିଭ ଚିହ୍ନଟ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଅଛି । ଆଜି ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ 2 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ BMC (ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଅଛି । ଏମାନଙ୍କ ଭିତରେ ଆପୋଲୋ ହସ୍ପିଟାଲର ଜଣେ 46 ବର୍ଷୀୟା ମହିଳା କର୍ମଚାରୀ ଅଛନ୍ତି । ତାଙ୍କର ଘର ଗଡ଼କଣା ଅଞ୍ଚଳରେ ବୋଲି ଜଣାଯାଇଛି । ଆଉ ଜଣେ ନୟାପଲ୍ଲୀ ଅଞ୍ଚଳର 30 ବର୍ଷିୟ ପୁରୁଷ ଅଛନ୍ତି । ଜଣେ ନିକଟ ସଂପର୍କୀୟ ଆଗରୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେ ଘରେ ସଙ୍ଗରୋଧରେ ଥିଲେ । ବର୍ତମାନ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ କରାଯାଉଅଛି । ଏବେ ରାଜଧାନୀ ଭୁବନେଶ୍ୱରରେ ମୋଟ କରୋନା ପଜିଟିଭ୍ ଚିହ୍ନଟଙ୍କ ସଂଖ୍ୟା 103ରେ ପହଞ୍ଚିଛି । 59 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଆକ୍ଟିଭ କେସ 40ରେ ରହିଅଛି ।


ସେୟାର କରନ୍ତୁ