Coronavirus: ଭାରତ ବନିଲା ଏସିଆର ସବୁଠାରୁ ଅଧିକ କରୋନା ପ୍ରଭାବିତ ଦେଶ, ଦୁନିଆରେ ସ୍ପେନ- ବ୍ରିଟେନକୁ ମଧ୍ୟ ପଛାଇଲା

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଦୁନିଆରେ 213 ଦେଶ କରୋନାରେ ପ୍ରଭାବିତ ଅଛି । ଏଥି ମଧ୍ୟରୁ କିଛି ଦେଶରେ କରୋନା ଭାଇରସର ପ୍ରଭାବ କମ ହେବ ଦେଖାଯାଉଅଛି ତ କିଛି ଦେଶରେ ଲଗାତାର କରୋନା ଭାଇରସ ବିକଟାଳ ରୂପ ଦେଖାଉଛି । ଭାରତ ମଧ୍ୟ ଏହି ମହାମାରୀ ଚପେଟରେ ଭଲ ଭାବରେ ଫସିଯାଇଅଛି । ଏସିଆରେ ସବୁଠାରୁ ଅଧିକ ମାମଲା ଭାରତରେ ହିଁ ଅଛି । ତେବେ ଦୁନିଆରେ ଭାରତ ଚତୁର୍ଥ ସ୍ଥାନକୁ ଅସିଜାଇଅଛି । ଏହା ଭାରତ ପାଇଁ ବହୁତ ଚିନ୍ତାର କଥା ଅଟେ ।

ଶୁକ୍ରବାର ଭାରତରେ ଗୋଟିଏ ଦିନରେ ଏପର୍ଯ୍ୟନ୍ତ ସବୁଠୁ ଅଧିକ 10,956 ମାମଲା ସାମ୍ନାକୁ ଆସିଅଛି । ଗୋଟିଏ ଦିନରେ ସବୁଠାରୁ ବେଶୀ 396 ମୃତ୍ୟୁ ହୋଇଅଛି । ମୋଟ ଦୁଇ ଲକ୍ଷ 97 ହଜାର ସଂକ୍ରମିତ ପାଇଯାଇଅଛି । ଏଥି ମଧ୍ୟରୁ ମୋଟ 8,498 ମୃତ୍ୟୁ ହୋଇଅଛି । 1 ଲକ୍ଷ 41 ହଜାର ଲୋକଙ୍କର ହସ୍ପିଟାଲରେ ଚିକିତ୍ସା ଚାଲୁରହିଅଛି । ତେବେ 1 ଲକ୍ଷ 47 ହଜାର ଚିକିତ୍ସା ପରେ ହସପିଟାଲରୁ ଡ଼ିସଚାର୍ଜ ହୋଇଅଛନ୍ତି ।

ସ୍ପେନ-ବ୍ରିଟେନରେ ପ୍ରତିଦିନ 500-1000 ନୂଆ ମାମଲା ଦର୍ଜ କରାଯାଉଅଛି । ଯେବେକି ଭାରତରେ ଏବେ 10 ହଜାର ମାମଲା ପ୍ରତିଦିନ ଆସୁଅଛି । ସ୍ପେନ-ବ୍ରିଟେନରେ କ୍ରମଶଃ ମୋଟ 289,787 ଏବଂ 291,409 କରୋନା ମାମଲା ଆସିଅଛି । ତେବେ ଭାରତରେ ମୋଟ 2,97,535 ମାମଲା ଅଛି । ଏବେ ଦେଶର ତୁଳନା କରିବା ତ ଭାରତରେ ମୃତ୍ୟୁର ସଂଖ୍ୟା ଏକ ଚଉଥାଇରୁ ମଧ୍ୟ କମ ଅଟେ । ଭାରତରେ ସାଢେ ଆଠ ହଜାର ପାଖାପୁଖି ମୃତ୍ୟୁ ହୋଇଅଛି । ସ୍ପେନ-ବ୍ରିଟେନରେ କ୍ରମଶଃ 27,136 ଏବଂ 41,279 ମୃତ୍ୟୁ ହୋଇଅଛି ।

ଆମେରିକା ଏବଂ ବ୍ରାଜିଲ ପରେ ଭାରତରେ ଖୁବ ତେଜିରେ ବଢୁଅଛି କେସ
ଦୁନିଆରେ କରୋନା କେସ ବଢ଼ିବାର ରପ୍ତାର ବ୍ରାଜିଲରେ ସବୁଠାରୁ ଅଧିକ । ବ୍ରାଜିଲରେ ପ୍ରତିଦିନ ଏବେ 30 ହଜାର ନୂଆ ମାମଲା ଆସୁଅଛି । ଏହା ପରେ ଆମେରିକାରେ ଏବେ 25 ହଜାର ନୂଆ କେସ ଆସୁଅଛି । ଏହା ପରେ ତୃତୀୟ ନମ୍ବରରେ ଭାରତରେ ସବୁଠାରୁ ବେଶୀ କେସ ଦର୍ଜ କରାଯାଉଅଛି ।

ଆକ୍ଟିଭ କେସ ମାମଲାରେ ଭାରତ ଚତୁର୍ଥ । ତେବେ ଭାରତ ଚତୁର୍ଥ ଏମିତି ଦେଶ ଅଟେ, ଯେଉଁଠି ସବୁଠାରୁ ଅଧିକ ରୋଗୀଙ୍କ ଚିକିତ୍ସା ଚାଲୁଅଛି । ଆମେରିକା, ବ୍ରାଜିଲ ଓ ରୁଷରେ ସବୁଠାରୁ ବେଶୀ ଆକ୍ଟିଭ କେଶ ଅଛି । ଚତୁର୍ଥ ନମ୍ବରରେ ଭାରତ ଅଛି । ଏହା ପରେ ପେରୁ, ପାକିସ୍ତାନ, ବାଙ୍ଗଲାଦେଶ, ଫ୍ରାନ୍ସରେ ସବୁଠାରୁ ଅଧିକ ଆକ୍ଟିଭ କେସ ଅଛି ।


ସେୟାର କରନ୍ତୁ