ପ୍ରିୟଙ୍କା ଚୋପଡା ପତି ନିକ ଜୋନସ ସାଙ୍ଗରେ କରିଲେ ଡ୍ୟାନ୍ସ ,ଭିଡ଼ିଓ ଭାଇରଲ

ସିନେମା
ସେୟାର କରନ୍ତୁ

ଏକ୍ଟ୍ରେସ ପ୍ରିୟଙ୍କା ଚୋପଡା ଜୋନସ ଏବଂ ତାଙ୍କର ପପ ସିଙ୍ଗର ପତି ନିକ ଜୋନସ ସବୁବେଳେ କୌଣସି ନା କୌଣସି କାରଣ ପାଇଁ ଚର୍ଚାରେ ରହିଥାନ୍ତି । ଏଇ ନିକଟରେ ନିକ ନିଜର ଇନଷ୍ଟାଗ୍ରାମରେ ଏକ ଭିଡିଓକୁ ସେୟାର କରିଛନ୍ତି,ଯାହା ଉପରେ ଏବେ ଲୋକମାନଙ୍କର ନଜର ଟିକି ରହିଅଛି । ଶନିବାରରେ ସେୟାର କରାଯାଇଥିବା ଏହି ଭିଡ଼ିଓରେ ନିକ ଏବଂ ପ୍ରୀୟଙ୍କାଙ୍କୁ ବଲିଓଡ଼ ଭିଡ଼ିଓ ସଙ୍ଗ ‘ଆଁଖ ମାରେ’ରେ ଜମକର ନାଚୁଥିବାର ଦେଖାଯାଉଛନ୍ତି ।

ଇଟଲୀର ମିଲାନରୁ ସେୟାର କରାଯାଇଥିବା ଏହି ଭିଡ଼ିଓ ସାଥିରେ କ୍ୟାପ୍ସନରେ ନିକ ଲେଖିଛନ୍ତି,’ମୋର ସବୁବେଳେ ଵେଲଣ୍ଟାଇନ ସାଥିରେ ଶୋ ପୂର୍ବରୁ ଡ଼୍ୟାନ୍ସ ପାର୍ଟି’ ନିକ ନିଜର ଏହି ପୋଷ୍ଟରେ ପ୍ରୀୟଙ୍କାଙ୍କୁ ଟେଗ ମଧ୍ୟ କରିଛନ୍ତି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ଦୁଇ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି ।

View this post on Instagram

My Valentine. ♥️

A post shared by Nick Jonas (@nickjonas) on

ସେଇଠି ମିଲାନରେ ନିକ ଜୋନସ ମିଉଜିକ କନ୍ସର୍ଟର ଏକ ଛବିକୁ ସେୟାର କରି ପ୍ରିୟଙ୍କା ଲେଖିଲେ, ‘ସବୁବେଳେ ମୋର ଵେଲଣ୍ଟାଇନ । ଏହି ଲେଦର ପେଣ୍ଟରେ GI joe ଭଳି ଦେଖାଯାଉଛି । ପ୍ରିୟଙ୍କାଙ୍କ ଏହି ପୋଷ୍ଟ ଉପରେ ତାଙ୍କର ଫ୍ୟାନ୍ସ ମାନେ ଖୁବ ପ୍ରଶଂସା କରିବା ସହ ତାଙ୍କୁ ଵେଲଣ୍ଟାଇନ ଡେ଼’ର ମଧ୍ୟ ୱେଇଶ କରିଛନ୍ତି ।


ସେୟାର କରନ୍ତୁ