ଜ୍ୟାକଲିନ ଫର୍ଣ୍ଣାଡ଼ିଜ ଡ୍ୟାନ୍ସରେ ମଚାଇଲେ ଧୁମ, ‘ହଙ୍ଗାମା ହୋ ଗୟା’ ସଂଗୀତରେ ଏମିତି ଦେଖାଗଲେ ଅଭିନେତ୍ରୀ,Video

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଓଡ଼ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡ଼ିଜ ନିଜର ଅନ୍ଦାଜ ପାଇଁ ଖୁବ ଜଣାଯାଇଥାନ୍ତି । ଏହି ସମୟରେ ଅଭିନେତ୍ରୀ କ୍ଵାରିଣ୍ଟିଂନରେ ରହିଥିଲେ ମଧ୍ୟ ସେ ସବୁବେଳେ ଭିଡିଓ ଓ ଫଟୋ ସେୟାର କରି ଫ୍ୟାନ୍ସଙ୍କ ସାଥିରେ ଜୁଡ଼ି ରହିଥାନ୍ତି । ଜ୍ୟାକଲିନ ଫର୍ଣ୍ଣାଡ଼ିଜଙ୍କ ଡ୍ୟାନ୍ସ ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆ ଉପରେ ଖୁବ ଭାଇରଲ ହୋଇଥାଏ । ଏମିତି ହାଲ ତାଙ୍କର ଏକ ଭିଡିଓରେ ଦେଖିବାକୁ ମିଳୁଅଛି, ଯେଉଁଥିରେ ଅଭିନେତ୍ରୀ ଧମାକାଦାର ଡ଼୍ୟାନ୍ସ କରୁଥିବାର ନଜରରେ ଆସୁଛନ୍ତି । ଜ୍ୟାକଲିନ ଫର୍ଣ୍ଣାଡ଼ିଜ ନିଜର ଭିଡିଓରେ ‘ହଙ୍ଗାମା ହୋ ଗୟା’ ଗୀତାରେ ଡ୍ୟାନ୍ସ କରୁଥିବାର ଦେଖାଯାଉଛନ୍ତି । ତାଙ୍କର ଏହି ଭିଡିଓ ଫ୍ୟାନ୍ସଙ୍କର ଖୁବ ଧ୍ୟାନ ଆକର୍ଷଣ କରୁଅଛି, ଏହା ସାଥିରେ ମଧ୍ୟ ଏହା ଉପରେ ଫ୍ୟାନ୍ସ ଖୁବ କମେଣ୍ଟ କରୁଛନ୍ତି ।

ଜ୍ୟାକଲିନ ଫର୍ଣ୍ଣାଡ଼ିଜ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର ମଧ୍ୟ କରିଛନ୍ତି । ଭିଡିଓରେ ଜ୍ୟାକଲିନ ଫର୍ଣ୍ଣାଡ଼ିଜଙ୍କ ଡ୍ୟାନ୍ସ ଏବଂ ତାଙ୍କର ଅନ୍ଦାଜ ଦେଖିବା ପସନ୍ଦ ଲାଗିଛି । ଅଭିନେତ୍ରୀ ଭିଡିଓରେ ଗ୍ରୋ ଟପ ଏବଂ ବ୍ଳୟୁ ଜିନ୍ସରେ ନଜର ଆସୁଛନ୍ତି । ଏହି ଭିଡିଓକୁ ସେୟାର କରି ସେ ଲେଖିଛନ୍ତି, ହଙ୍ଗାମା ହେବାକୁ ଯାଉଛି । ଏହା ହୋମ ଡ୍ୟାନ୍ସରଙ୍କ ଗ୍ରାଣ୍ଡ ଫିନାଲ ଅଟେ । ମୁଁ ବହୁତ ଉତ୍ସାହିତ ଅଛି, ଏହା ଜାଣିବା ପାଇଁ କି ଏହାର ବିଜେତା କିଏ ଅଟେ ?’

କହିଦେବାକି ଏହା ପ୍ରଥମ ଥର ନୁହେଁ,ଯେବେ ଜ୍ୟାକଲିନ ଫର୍ଣ୍ଣାଡ଼ିଜ ନିଜର ଭିଡିଓ ଏବଂ ଫଟୋରେ ଧମାଲ ମଚାଉଛନ୍ତି । ଏହା ପୂର୍ବରୁ ମଧ୍ୟ ଅଭିନେତ୍ରୀ ସବୁବେଳେ ଫଟୋ ଏବଂ ଭିଡିଓ ଜରିଆରେ ଫ୍ୟାନ୍ସଙ୍କ ହୃଦୟ ଜିତିଥାନ୍ତି । ଜ୍ୟାକଲିନ ଫର୍ଣ୍ଣାଡ଼ିଜ 2020ରେ ବ୍ୟାକ ଟୁ ବ୍ୟାକ ସଂଗୀତ ରିଲିଜ ସାଥିରେ ଖୁବ ଵ୍ୟସ୍ତରେ ରହିଛନ୍ତି । କିଛି ଦିନ ପୂର୍ବରୁ ଜ୍ୟାକଲିନ ଏବଂ ବାଦଶାହଙ୍କ ଗେଂଦା ଫୁଲ ସଂଗୀତ ରିଲିଜ ହୋଇଥିଲା, ଯାହାକି ଧମାଲ ମଚାକରି ରଖିଦେଇଥିଲା । ଏହା ବ୍ୟତୀତ ଅଭିନେତ୍ରୀ OTTରେ ନିଜର ଡେବ୍ୟୁ ଫିଲ୍ମ ‘ମିସେଜ ସିରିଏଲ କିଲର’ ଦମଦାର ପ୍ରଦର୍ଶନ ପାଇଁ ଖୁବ ବାହାବାହା ନେଉଛନ୍ତି ।


ସେୟାର କରନ୍ତୁ