ଭୁବନେଶ୍ୱରର ବମିଖାଲ ଅଞ୍ଚଳରେ 3 କରୋନା ପଜିଟିଭ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ବମିଖାଲ ଅଞ୍ଚଳରେ 3 ଜଣ କରୋନା ସଂକ୍ରମଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 9କୁ ବୃଦ୍ଧି ପାଇଛି । ଏହି 3 ଜଣଙ୍କ ବିଦେଶ ଗସ୍ତ ବା ରାଜ୍ୟ ବାହାରକୁ ଯାଇଥିଲେ କି ନାହିଁ ତାହା ଏଯାଏ ସ୍ପଷ୍ଟ ହୋଇନି । ଏହାର ଖାନ ତଲାସ ଜାରି ରହିଛି ।

ଏହା ପୂର୍ବରୁ ଆଜି ମଧ୍ୟ କଟକରେ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ସେ ଦିଲ୍ଲୀ ନିଜାମୁଦ୍ଦିନ୍‌ କାର୍ଯ୍ୟକ୍ରମରୁ ଫେରିଥିଲେ ବୋଲି କୁହାଯାଇଛି । ତେବେ ଆଜି ଗୋଟିଏ ଦିନରେ 4 ଜଣ କରୋନା ରୋଗୀ ଓଡ଼ିଶାରେ ଠାବ ହୋଇଛନ୍ତି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍‌ ମୁତାବକ, ଓଡ଼ିଶାରେ ଚିହ୍ନଟ ହୋଇଥିବା 9 ଜଣ କରୋନା ସଂକ୍ରମଣ ରୋଗୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ 2 ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରୁ କେବେଳ 7 ଜଣଙ୍କୁ ଚିହ୍ନଟ କରାଯାଇଛି ।

ସୂଚନାଯୋଗ୍ୟ, ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ମାର୍ଚ୍ଚ 15ରେ ଚିହ୍ନଟ ହୋଇଥିଲେ । ଏହାପରେ ଦ୍ୱିତୀୟ କରୋନା ଆକ୍ରାନ୍ତ ମାର୍ଚ୍ଚ 19 ତାରିଖରେ, 26 ତାରିଖରେ ତୃତୀୟ କରୋନା ସଂକ୍ରମିତ, 31 ତାରିଖରେ ରାଜ୍ୟର ଚତୁର୍ଥ ଆକ୍ରାନ୍ତ ଭଦ୍ରକରୁ ଚିହ୍ନଟ ହୋଇଥିଲେ ଏବଂ ଏପ୍ରିଲ୍ ପହିଲା ଦିନ ରାଜ୍ୟର 5ମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ ।


ସେୟାର କରନ୍ତୁ