ରାଜ୍ୟରେ ସୁସ୍ଥ ହେଲେ 203 କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 4946

Truthink
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଆଜି 203 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 4946ରେ ପହଞ୍ଚିଅଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି 203 ସୁସ୍ଥ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ 60 ଜଣ, ଗଜପତି ଜିଲ୍ଲାରୁ 20 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 19 ଜଣ, କଟକ ଜିଲ୍ଲାରୁ 18 ଜଣ, ଭଦ୍ରକ ଜିଲ୍ଲାରୁ 14 ଜଣ, କେନ୍ଦୁଝର ଜିଲ୍ଲାରୁ 13 ଜଣ, ନୟାଗଡ଼ ଜିଲ୍ଲାରୁ 12 ଜଣ, ମୟୂରଭଂଜ ଜିଲ୍ଲାରୁ 10 ଜଣ, ଯାଜପୁର ଜିଲ୍ଲାରୁ 9 ଜଣ, ବାଲେଶ୍ୱର ଜିଲ୍ଲାରୁ 8 ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ 7 ଜଣ, ଅନୁଗୁଳ ଜିଲ୍ଲାରୁ 4 ଜଣ, ଢେଙ୍କାନାଳ ଜିଲ୍ଲାରୁ 3 ଜଣ, ବଲାଙ୍ଗୀର 2 ଜଣ, ଜଗତସିଂହପୁର ଜିଲ୍ଲାରୁ 2 ଜଣ ଏବଂ ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ