ରାଜ୍ୟରେ 170 କରୋନା ପଜିଟିଭ ଚି଼ହ୍ନଟ, ମୋଟ ସଂଖ୍ୟା 6350

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ । ଆଜି ରାଜ୍ୟରେ 170 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏହି ନୂତନ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂଖ୍ୟା 6350କୁ ବୃଦ୍ଧି ହୋଇଛି । ଏମାନଙ୍କ ଭିତରୁ 143 ଜଣ ସଙ୍ଗରୋଧ କେନ୍ଦ୍ରର ଏବଂ 27 ଜଣ ସ୍ଥାନୀୟ ବାସିନ୍ଦା ବୋଲି ଦର୍ଶାଯାଇଅଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଜରିଆରେ ସୂଚନା ଦିଆଯାଇଛି ।

ତେବେ ଏହି ଚିହ୍ନଟ ହୋଇଥିବା 170 ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 58ଜଣ, ନବରଙ୍ଗପୁର ଜିଲ୍ଲାରୁ 19 ଜଣ, ରାୟଗଡ଼ା ଜିଲ୍ଲାରୁ 16 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 19 ଜଣ, ଯାଜପୁର ଜିଲ୍ଲାରୁ 3ଜଣ, ମାଲକାନଗିରି ଜିଲ୍ଲାରୁ 5 ଜଣ, ପୁରୀ ଜିଲ୍ଲାରୁ 6 ଜଣ, କଟକ ଜିଲ୍ଲାରୁ 14 ଜଣ, ନୟାଗଡ଼ ଜିଲ୍ଲାରୁ 3 ଜଣ, ଗଜପତି ଜିଲ୍ଲାରୁ 16 ଜଣ, ବରଗଡ଼ ଜିଲ୍ଲାରୁ ଜଣେ, କେନ୍ଦ୍ରାପଡ଼ା ଜିଲ୍ଲାରୁ 6 ଜଣ, ସମ୍ବଲପୁର ଜିଲ୍ଲାରୁ 2 ଜଣ, କୋରାପୁଟ ଜିଲ୍ଲାରୁ ଜଣେ ଏବଂ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ପଶ୍ଚିମବଙ୍ଗ ଫେରନ୍ତା ଏନଡିଆରଏଫ୍ କର୍ମଚାରୀ ଜଣେ ଚିହ୍ନଟ ହୋଇଛନ୍ତି।

ଏବେ ରାଜ୍ୟରେ ମୋଟ 4432ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା 1903 ରହିଛି । ଅପରପକ୍ଷରେ 18 ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।


ସେୟାର କରନ୍ତୁ