ରାଜ୍ୟରେ ସୁସ୍ଥ ହେଲେ 184 କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 4606

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 184 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 4606ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି 186 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଂଜାମ ଜିଲ୍ଲାରୁ ଆଜି ସର୍ବାଧିକ 48 ଜଣ, ଖୋର୍ଧାରୁ 45 ଜଣ, ବାଲେଶ୍ୱରରୁ 31 ଜଣ, ଗଜପତିରୁ 12 ଜଣ, ଭଦ୍ରକରୁ 10 ଜଣ, ଜଗତସିଂପୁରର 6 ଜଣ, ଝାରସୁଗୁଡାରୁ 6 ଜଣ, କେନ୍ଦ୍ରାପଡା ଓ ପୁରୀରୁ 5 ଜଣ ଲେଖାଏଁ, ସୁନ୍ଦରଗଡରୁ 4 ଜଣ, ବଲାଙ୍ଗୀର ଓ କେଉଁଝରରୁ 3 ଜଣ ଲେଖାଏଁ, କଟକରୁ 2 ଜଣ, ଅନୁଗୋଳ, ଯାଜପୁର, କନ୍ଧମାଳ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ