ସଲମାନ ଖାନ ୱାର୍କ-ଆଉଟ ଫଟୋ ସେୟାର କଲେ, ତେଜିରେ ହେଉଛି ଭାଇରଲ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଓଡ଼ ଦବଂଗ ଷ୍ଟାର ସଲମାନ ଖାନଙ୍କର ଦିନକୁ ଦିନ ବଢ଼ିବାରେ ଲାଗିଅଛି ବୟସ, କିନ୍ତୁ ତାଙ୍କର ବଡିର ଜଲୱା ଏବେବି ସେମିତି ରହିଛି । ଅଭିନେତା ପୋଷ୍ଟ ୱାର୍କ-ଆଉଟ ଫଟୋ ସାଝା କରିଛନ୍ତି ।

ସଲମାନ ଇନଷ୍ଟାଗ୍ରାମରେ ଏକ ଫଟୋ ସାଝା କରିଛନ୍ତି, ଯେଉଁଥିରେ ସେ ଜିମରେ ସାର୍ଟଲେସ ହୋଇ ବସିଥିବାର ନଜରରେ ଆସୁଛନ୍ତି ଏବଂ ତାଙ୍କ ପଛରେ ସବୁ ପ୍ରକାରର ଜିମ ଇନ୍ସତୃମେଣ୍ଟ ଦେଖାଯାଉଅଛି । ତେବେ ସଲମାନ ଖାନ ହାତରେ ସେଲଫୋନ ଧରି ଏଥିରେ କିଛି କରୁଥିବାର ଦେଖାଯାଉଛନ୍ତି । ଫଟୋରେ ସେ ନିଜର ଟି-ସାର୍ଟକୁ ମୁଣ୍ଡରେ ବାନ୍ଧି ଥିବାର ଦେଖାଯାଉଛନ୍ତି ।

View this post on Instagram

Just finished working out ….

A post shared by Salman Khan (@beingsalmankhan) on

ଫଟୋର କ୍ୟାପିସନରେ ସଲମାନ ଲେଖିଛନ୍ତି, ‘ବସ ଏବେ ୱାର୍କ ଆଉଟ ପୁରା କରିଅଛି ।’ ଫଟୋ ସେୟରିଂ ୱେବସାଇଟରେ ଏହି ଫଟୋକୁ 13 ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଲାଣି ।

ସୁପରଷ୍ଟାର ଏହି ନିକଟରେ ନିଜର ସମସ୍ତ ପ୍ରସଶଂଙ୍କ ମାନଙ୍କୁ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରିବାର ଏବଂ ପ୍ରସଶଂକ ମାନଙ୍କ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ । ଵର୍କଫ୍ରଣ୍ଟର କଥା କହିବାତ, ସଲମାନ ଆଗକୁ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ’ରେ ଦେଖାଦେବେ ।


ସେୟାର କରନ୍ତୁ