ପ୍ରବାସୀ ମଜଦୁର ତେନ୍ଦୁଆ ସାଥିରେ କଲେ ରାସ୍ତା ପାର, ବଲିଓଡ଼ ଡ଼ାଇରେକ୍ଟର କହିଲେ-ମଣିଷକୁ ପଶୁମାନଙ୍କଠାରୁ ନୁହେଁ ବରଂ…

ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀ : କରୋନା ଭାଇରସ କାରଣରୁ ପୁରା ଦୁନିଆକୁ ଲକଡାଉନ ଘୋଷଣା କରାଯାଇଅଛି । ଏମିତିରେ ଗରିବ ଏବଂ ମଜଦୁର ଲୋକମାନେ ନିଜ ନିଜ ଘରକୁ ଫେରିବା ପାଇଁ ମଜବୂର ହୋଇଯାଇଛନ୍ତି । ତେବେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରଲ ହେଉଅଛି, ଯେଉଁଥିରେ ତେନ୍ଦୁଆ ପଛେ ପଛେ ପ୍ରବାସୀ ମଜଦୁର ସଡକ ପାର ହେଉଥିବାର ନଜର ଆସୁଛନ୍ତି । ଏହି ଭିଡିଓକୁ ନେଇକରି ବଲିଓଡ଼ର ମଶହୂର ଡ଼ାଇରେକ୍ଟର ଏବଂ ସ୍କ୍ରିନ ରାଇଟର ସଗୁଫ୍ତା ରଫିକ ଟୁଇଟ କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି, ‘ମଣିଷକୁ ମଣିଷ ଠାରୁ ବଂଚିବାର ଜରୁରତ ଅଛି, ଜାନୁଆର ଠାରୁ ନୁହେଁ ।’ ବଲିଓଡ଼ ଡାଇରେକ୍ଟରଙ୍କ ଏହି ଟୁଇଟ୍କୁ ନେଇକରି ଫ୍ୟାନ୍ସ ଖୁବ କମେନ୍ଟ କରୁଛନ୍ତି ।

ସଗୁଫ୍ତା ରଫିକ ‌ଟ୍ୱିଟ କରିଥିବା ଭିଡିଓଟି ଉତ୍ତରାଖଣ୍ଡର ଜିମ କର୍ବେଟ ପାଖର ଅଟେ । ଭିଡିଓଟରେ ଦେଖିବାକୁ ମିଳିଛି ଯେ ଏକ ତେନ୍ଦୁଆ ଯେଉଁବାଟ ଦେଇ ଯାଉଛି, ତାରି ପଛରେ ପ୍ରାୟ 5ଜଣ ପ୍ରବାସୀ ଶ୍ରମିକ ଚାଲି ଚାଲି ଯାଉଛନ୍ତି, ଯିଏକି ସହରରୁ ନିଜ ଗାଆଁକୁ ଯାଉଛନ୍ତି । ପ୍ରବାସୀ ଶ୍ରମିକମାନେ ହାତରେ ଟର୍ଚ୍ଚ ଧରିଥିବାର ଦେଖିବାକୁ ମିଳିଛି। ଏନେଇ ସଗୁଫ୍ତା ରଫିକ‌ ଲେଖିଛନ୍ତି, ‘ମଣିଷ ଓ ପଶୁମାନେ ସର୍ବଦା ସମାନ ମାର୍ଗରେ ବାସ କରନ୍ତି ।’ ଅର୍ଥାତ ମଣିଷକୁ ପଶୁମାନଙ୍କଠାରୁ ନୁହେଁ ବରଂ ମଣିଷମାନଙ୍କଠାରୁ ବଞ୍ଚିବା ଆବଶ୍ୟକ ।’

ସଗୁଫ୍ତା ରଫିକ ନିଜର ବିଚାରକୁ ନେଇ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାନ୍ତି । ସେ ପ୍ରାୟତଃ ସମସାମୟିକ ପ୍ରସଙ୍ଗରେ ନିଜର ମତକୁ ପ୍ରକାଶ କରିଥାନ୍ତି । ତେବେ ମଜଦୁର ମାନଙ୍କ କଥା କହିବାତ ଲକ୍‌ଡାଉନ୍‌ ଯୋଗୁ ବାହାରେ ଫସି ରହିଥିବା ଲକ୍ଷଲକ୍ଷ ପ୍ରବାସୀ ଶ୍ରମିକ ନିଜ ଘରକୁ ଫେରୁଛନ୍ତି । ଏହି କାରଣରୁ ଅନେକ ସ୍ଥାନରେ ଶ୍ରମିକମାନେ ବିଭିନ୍ନ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ଘଟିଥିବା ଜଣାପଡିଛି । ୱାରଙ୍ଗାବାଦରେ ଟ୍ରେନ୍‌ ଯୋଗୁ ପ୍ରାୟ 16 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଉତ୍ତରପ୍ରଦେଶ ଓ ମଧ୍ୟପ୍ରେଦଶ ଭଳି ରାଜ୍ୟରେ ଶ୍ରମିକମାନେ ରାସ୍ତାରେ ବସ୍‌ ଯୋଗୁ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି ।


ସେୟାର କରନ୍ତୁ