କ୍ୟାଟ୍ରିନା କୈଫ, ପରିଣୀତି ଚୋପ୍ରା, ଆଲିୟା ଭଟ୍ଟ ଜିମରେ ଏମିତି କରୁଛନ୍ତି ଏକ୍ସରସାଇଜ, ଭାଇରଲ ହେଉଛି ଥ୍ରୋବ୍ୟାକ Video

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଓଡ଼ ସେଲିବ୍ରେଟିଙ୍କ ଥ୍ରୋବ୍ୟାକ ଭିଡ଼ିଓ କରୋନା ଭାଇରସ ଲକଡାଉନ ଭିତରେ ସୋସିଆଲ ମିଡ଼ିଆରେ ଖୁବ ଚର୍ଚାରେ ରହିଅଛି । ଏବେ କ୍ୟାଟ୍ରିନା କୈଫ, ଆଲିୟା ଭଟ୍ଟ ଏବଂ ପରିଣୀତି ଚୋପ୍ରାଙ୍କର ଏକ ଜିମ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରଲ ହେଉଅଛି । ଏହି ଭିଡ଼ିଓରେ ଦେଖାଯାଉଅଛି କି ତିନ ଏକ୍ଟ୍ରେସ ନିଜର ଫିଟନେସକୁ ନେଇ କେତେ ସଜାଗ ଅଛନ୍ତି । ଭିଡିଓରେ ତିନିହେଁ ଏକ ସାଥିରେ ମିଶିକରି ବନି ହୁଃପ୍ସ କରୁଅଛନ୍ତି । ଏହି ଭିଡିଓକୁ ବୁମ୍ପଲା ନିଜର ଅଫିସିଆଲ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଫ୍ୟାନ୍ସ ମାନଙ୍କୁ ଏହି ଭିଡିଓ ଖୁବ ପସନ୍ଦ ଆସୁଅଛି ।

କ୍ୟାଟ୍ରିନା କୈଫ, ଆଲିୟା ଭଟ୍ଟ ଏବଂ ପରିଣୀତି ଚୋପ୍ରାଙ୍କର ଏହି ଭିଡ଼ିଓକୁ ଏପର୍ଯ୍ୟନ୍ତ ହଜାରରୁ ଅଧିକ ବ୍ୟୁଜ ମିଳିସାରିଲାଣି । ଏହା ପ୍ରଥମ ମୌକା ନୁହେଁ କି ଯେ ତାଙ୍କର ଫିଟନେସ ଭିଡ଼ିଓ ଭାଇରଲ ହେଉଅଛି । ଏହା ପୂର୍ବରୁ କ୍ୟାଟ୍ରିନା କୈଫ ଏବଂ ଆଲିୟା ଭଟ୍ଟଙ୍କର ଏକ ଭିଡିଓ ଭାଇରଲ ହୋଇଥିଲା । ଏହି ଭିଡିଓରେ କାଟ୍ରିନା କୈଫ ଜଣେ ଟ୍ରେନର ଭଳି ଆଲିୟା ଭଟ୍ଟଙ୍କୁ ଏକ୍ସରସାଇଜ କରାଉଥିବାର ନଜରରେ ଆସିଛନ୍ତି । ଆଲିୟା ମନା କରିବା ପରେ ମଧ୍ୟ କାଟ୍ରିନା ଲଗାତାର ତାଙ୍କୁ ଏକ୍ସରସାଇଜ କରିବା ପାଇଁ ଫୋର୍ସ କରୁଥିବାର ଦେଖାଯାଇଥିଲେ ।

କ୍ୟାଟ୍ରିନା କୈଫଙ୍କର ଵର୍କଫ୍ରଣ୍ଟର କଥା କହିବାତ ଶେଷ ଥର ପାଇଁ ସେ ସଲମାନ ଖାନଙ୍କ ସହିତ ଫିଲ୍ମ ‘ଭାରତ’ରେ ନଜର ଆସିଥିଲେ । 2019ର ସୁପରହିଟ ଫିଲ୍ମ ମାନଙ୍କ ମଧ୍ୟରେ ଗୋଟିଏ ଥିଲା ‘ଭାରତ’ ।ତେବେ, ଏବେ ଜଲ୍ଦି କ୍ୟାଟ୍ରିନା କୈଫ ପୁଣି ଆଉ ଥରେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ନଜର ଆସିବେ । ତେବେ ଆଲିୟା ଭଟ୍ଟ ଏବଂ ରଣବୀର କପୁରଙ୍କ ଯୋଡ଼ି ପ୍ରଥମ ଥର ‘ବ୍ରହ୍ମସ୍ତ୍ର’ ଜରିଆରେ ବଡ଼ ପରଦା ଉପରେ ସାଥି ହୋଇ ଦେଖାଦେବେ । ଏହି ଫିଲ୍ମ ଏହି ବର୍ଷ 20 ଡ଼ିସେମ୍ବରରେ ରିଲିଜ ହେବାକୁ ଯାଉଛି ।


ସେୟାର କରନ୍ତୁ