ୟୁଟ୍ୟୁବରେ 3 କୋଟି ଥର ଦେଖା ଯାଇ ସାରିଲାଣି ମୋନାଲିସା ଏବଂ ପବନ ସିଂହଙ୍କ ଏହି ରୋମାଣ୍ଟିଙ୍ଗ ଗୀତ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ପବନ ସିଂହ ଏବଂ ମୋନାଲିସାଙ୍କ ଭୋଜପୁରୀ ଗୀତ ‘ଜଗହେ ପ ଜାତା’ ୟୁଟ୍ୟୁବରେ ଧମାଲ ମଚାଉଛି । ଏହି ଗୀତକୁ ୟୁଟ୍ୟୁବରେ 3କୋଟିରୁ ଅଧିକ ଥର ଦେଖାଯାଇ ସାରିଲାଣି । ଗୀତରେ ପବନ ସିଂହ ଏବଂ ମୋନାଲିସାଙ୍କର ହଟ କେମେଷ୍ଟ୍ରି ଲୋକଙ୍କୁ ବହୁତ ପସନ୍ଦ ଆସୁଅଛି । ଗୀତରେ ମୋନାଲିସାଙ୍କର ଜବରଦସ୍ତ ଡ୍ୟାନ୍ସ ମୁଵଶ ଚାରି ଚାନ୍ଦ ଲଗାଇ ଦେଇଅଛି । ଏହି ଗୀତକୁ କଳ୍ପନା ଏବଂ ପବନ ସିଂହ ଗାଇଛନ୍ତି । କମେଣ୍ଟ କରି ଗୀତକୁ ଲୋକେ ଯମକର ତାରିଫ କରୁଛନ୍ତି । ଆକଟର୍ସ ଗୀତରେ ସାର୍ଟ ଡ୍ରେସ ଏବଂ ଶାଢ଼ୀ ଦୋନୋ ଅବତାରରେ ନଜର ଆସୁଛନ୍ତି । ତାଙ୍କର ବୋଲଡ଼ ଅବତାର ଆଉ ଥରେ ପୁଣି ଫ୍ୟାନ୍ସଙ୍କୁ ଦିବାନା ବନାଉଛି ।

ଏହି ଗୀତକୁ ବିନୟ ବିହାରୀ ଲେଖିଛନ୍ତି । ଏହି ଗୀତ ଭୋଜପୁରୀ ଫିଲ୍ମ ‘ଜିଦି ଆଶିକ’ର ଅଟେ । ‘ଜିଦି ଆଶିକ’ ଫିଲ୍ମରେ ପବନ ସିଂହ, ମୋନାଲିସା, ତନୁଶ୍ରୀ ଚଟର୍ଜୀ, ହୀରା ଯାଦବ, ସୀମା ସିଂହ ଅଛନ୍ତି । ଏହି ଫିଲ୍ମର ନିର୍ମାତା ଏବଂ ନିର୍ଦେଶକ ରମାକାନ୍ତ ପ୍ରସାଦ ଅଟନ୍ତି ।

ପବନ ସିଂହ ଏବଂ ମୋନାଲିସାଙ୍କ ଯୋଡ଼ିଙ୍କ ଦର୍ଶକେ ଖୁବ ପସନ୍ଦ କରନ୍ତି । ଏ ଦୁହିଁଙ୍କର ଗୀତକୁ ସବୁବେଳେ ୟୁଟ୍ୟୁବରେ ଖୁବ ପସନ୍ଦ କରାଯାଇଥାଏ । ଦୁହିଁଙ୍କର ଗୀତ ଲୋକଙ୍କ ମଧ୍ୟରେ ଖୁବ ଲୋକପ୍ରିୟ ହୋଇଥାଏ ।

କହିବାକି ମୋନାଲିସା ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ଫେମସ ଏକ୍ଟର୍ସଙ୍କ ମଧ୍ୟରେ ଜଣେ । ସେ ରିୟାଲିଟି ସୋ ‘ବିଗ ବସ 10’ରେ ମଧ୍ୟ ନଜର ଆସିଛନ୍ତି । ଏହି ସମୟରେ ସେ ଖୁବ ଚର୍ଚାରେ ରହିଥିଲେ । ମୋନାଲିସା ଭୋଜପୁରୀ ବ୍ୟତୀତ ହିନ୍ଦୀ,ବେଙ୍ଗଲୀ, ଓଡ଼ିଆ, ତାମିଲି,କର୍ଣଡ଼ ଏବଂ ତେଲୁଗୁ ଭାଷାର ଫିଲ୍ମରେ ମଧ୍ୟ କାମ କରିଅଛନ୍ତି ।


ସେୟାର କରନ୍ତୁ