ବାଜି ରାଉତଙ୍କ ଉପରେ ଶର୍ଟ ଫିଲ୍ମ ‘ବାଜି-ଦ ଇମୋର୍ଟାଲ୍ ବୋଟ୍ ବୟ’

ସିନେମା
ସେୟାର କରନ୍ତୁ

ଭୁବନେଶ୍ୱର: ‘ବାଜି-ଦ ଇମୋର୍ଟାଲ୍ ବୋଟ୍ ବୟ’, ବ୍ରିଟିଶ୍ ଗୁଳିକୁ ସାମ୍ନା କରି ଇତିହାସ ସୃଷ୍ଟି କରିଥିବା ୧୧ ବର୍ଷର ବାଳକ ଉପରେ ଏକ ଶର୍ଟ ଫିଲ୍ମ, ଯାହାର କ୍ଷୁଦ୍ର କିନ୍ତୁ ପ୍ରେରଣାଦାୟକ ଜୀବନ ସାହସ ଏବଂ ବିକ୍ରମର କାହାଣୀ କହେ । ଓଡ଼ିଶାର ଛୋଟ ଏକ ଗାଁର ବାଳକ ବାଜି ରାଉତର କାହାଣୀ ଯାହାକି ଦେଶର ଶହଶହ ଦେଶପ୍ରେମୀଙ୍କୁ ଆହ୍ୱାନ କରିଥିଲା ନିର୍ଭୟ ହୋଇ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେବାପାଇଁ ।

ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତିି ଯୁବ ଫିଲ୍ମ ନିର୍ମାତା ଚିନ୍ମୟ ଦାସ ଯେକି ସେହି ସବୁ କାହାଣୀ ଉପରେ ବିଶ୍ୱାସ ରଖନ୍ତି ଯାହା ଦର୍ଶକଙ୍କ ପାଇଁ ପ୍ରେରଣା ଦାୟକ ଏବଂ ହୃଦୟସ୍ପର୍ଶୀ ହୋଇଥିବ ଏବଂ ସେମାନଙ୍କୁ ଏକ ସକାରାତ୍ମକ ଚେତନା ସହିତ ଯୋଡ଼ିପାରୁଥିବ ।

ସୃଜନ ଜଗତରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାର ସ୍ୱପ୍ନ ଦେଖୁଥିବା ‘ଟିମ୍ ଏକ୍ଜବିଟ୍’ ଏକ ଯୁବ ପ୍ରଫେସନାଲ୍ ଗୋଷ୍ଠୀ ଏହି ଚିର ସ୍ମରଣୀୟ କାହାଣୀ ପାଇଁ ପୁଣି ଏକାଠି ହୋଇଛନ୍ତି ଯାହାକି ଆଗାମୀ ପିଢ଼ି ପାଇଁ ମଧ୍ୟ ଲାଭପ୍ରଦ ହେବ । ଅନେକ ସଫଳ ତଥା ବୃହତ ପ୍ରକଳ୍ପକୁ ସଫଳତାର ସହିତ ପରିଚାଳନା କରି ଜନାଦ୍ରୁତି ଲାଭ କରିଥିବା ମିଡିଆ-ପ୍ରଡକ୍ସନ ହାଉସ୍ ‘ପ୍ରିଲ୍ୟୁଡ୍’ ଏହି ପିଲ୍ମର ପ୍ରଡକ୍ସନ୍ ଦାୟିତ୍ୱରେ ଅଛି ।

ଓଡ଼ିଶାର ବିଭିନ୍ନ ସୁଦୃଶ୍ୟ ଗ୍ରାମାଞ୍ଚଳରେ ଏହି ଫିଲ୍ମର ଶୁଟିଂ କରାଯିବା ପରେ ବର୍ତ୍ତମାନ ଏହାର ପୋଷ୍ଟ ପ୍ରଡକ୍ସନ୍ ଚାଲୁ ରହିଛି ।
ଆସନ୍ତା ଅକ୍ଟୋବର ମାସରେ ଏହି ଫିଲ୍ମର ପ୍ରଦର୍ଶନ କରିବା ପାଇଁ ଯୋଜନା ରହିଛି । ଯେଉଁ ମାସରେ ବାଜି ରାଉତଙ୍କ ଜନ୍ମ ହୋଇଥିଲା ଏବଂ ଅକ୍ଟୋବରରେ ହିଁ ସେ ସହିଦ ହୋଇଥିଲେ ।

ପ୍ରିଲ୍ୟୁଡ୍ ପ୍ରଡକ୍ସନ ମୁଖ୍ୟ ସତ୍ୟବ୍ରତ ସାନୁ ରଥୋ କୁହନ୍ତି, ଅରିଜିନାଲ କଥା ଏଠାରେ ରହିଥିବାରୁ ମୁଁ ବହୁତ ଖୁସି । ବିଶେଷ କରି ନିଜର ଇତିହାସ ଓ ସଂସ୍କୃତିକୁ ପାଥେୟ କରି ତିଆରି ହୋଇଛି, ଏହି ନିଶ୍ଚିତ ଯୁବକ ଓ ଚଳଚ୍ଚିତ୍ର ନିର୍ମାତା, କଳାକାର ଓ ଟେକ୍ନିସିଆନଙ୍କୁ ଉତ୍ସାହିତ କରିବ । ଯାହା ଓଡିଶାରେ ସିନେମା ଦିଗରେ ନୂତନ ପରିବର୍ତ୍ତନ ଆଣିବ ।

ନିର୍ଦ୍ଦେଶକ ଚିନ୍ମୟ ଦାସ କୁହନ୍ତି, ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତ ବାସ୍ତବରେ ଜଣେ କିମ୍ବଦନ୍ତୀ । ରିୟଲ ହିରୋ ବାଜି ରାଉତଙ୍କ ଉପରେ ଫିଲ୍ମ କରିବା ଲାଗି ଟିମକୁ ଅଧିକ ପରିଶ୍ରମ କରିବାକୁ ପଡିଥିଲା ।


ସେୟାର କରନ୍ତୁ