ସକାଳୁ ଖାଲି ପେଟରେ ଖାଆନ୍ତୁ ଏହି ସବୁ,ମିଳିବ ଅନେକ ଫାଇଦା

Truthink
ସେୟାର କରନ୍ତୁ


ପ୍ରତିଦିନ ଆମକୁ କିଛି ନା କିଛି ପ୍ରୋଟିନ ଭିଟାମିନ ସହ ପୁଷ୍ଟିକର ଖାଦ୍ୟ ଦରକାର । ନହେଲେ ଶରୀରର ଉପଯୁକ୍ତ ବିକାଶ ହେଇ ପାରିବ ନାହିଁ । ହେଲେ ସକାଳୁ ଏମିତି କିଛି ଖାଦ୍ୟ ଖାଇବା ଦରକାର ଯାହା ଶରୀରକୁ ପର୍ଯ୍ୟାପ୍ତ ଶକ୍ତି ଯୋଗାଇ ଥାଏ । ଆସନ୍ତୁ ଜାଣିବା ସକାଳୁ କଣ ସବୁ ଖାଇବା ଜରୁରୀ

ଭଣ୍ଡା

ଫାଇବର ଗୁଣରେ ଭରପୂର ଥିବା ଭଣ୍ଡା ଓଜନ କମ୍‌ କରିବାରେ ସହାୟକ ହୋଇଥାଏ। ଓଜନକୁ ନିୟନ୍ତ୍ରଣ କରିବା ସହ ଭଣ୍ଡା ଅଧିକ ଓଜନକୁ କମ୍‌ କରିଥାଏ। ଭଣ୍ଡା ପୂରା ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିଦିଏ। ନିୟମିତ ଭାବେ ଭଣ୍ଡା ଖାଇବା ଫଳରେ କୋଲେଷ୍ଟ୍ରଲ୍‌ ମଧ୍ୟ କମ୍‌ ହୋଇଥାଏ।

ଏଲୋଭେରା

ପ୍ରାୟ ଲୋକଙ୍କର ପେଟ ସମ୍ବନ୍ଧୀୟ ସମସ୍ୟା ରହିଥାଏ। କିଛି ଲୋକଙ୍କର ପେଟ ସଫା ହୋଇ ନଥାଏ। ଏଭଳି କ୍ଷେତ୍ରରେ ଖାଲି ପେଟରେ ଆଲୋଭେରା ରସ ପିଇବା ଲାଭଦାୟକ ହୋଇଥାଏ। ଏହାସହ ଆଲୋଭେରା ରସକୁ ପାଣି ସହ ପ୍ରତିଦିନ ପିଇଲେ କୋଲେଷ୍ଟ୍ରଲ୍‌ କମ୍‌ ହୋଇଥାଏ।

ଉଷୁମ୍‌ ପାଣିରେ ମହୁ

ସକାଳୁ ଖାଲିପେଟରେ ଉଷୁମ୍‌ ପାଣିରେ ମହୁ ମିଶାଇ ପିଇଲେ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। ଏହି ପାଣି ଶରୀରକୁ ଭିଟାମିନ୍‌, ମିନେରାଲ୍ସ ଏବଂ ଏନ୍‌ଜାଇମ୍‌ ପ୍ରଦାନ କରିଥାଏ। ଏହା ପେଟକୁ ସଫା ରଖିବା ସହ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।


ସେୟାର କରନ୍ତୁ