ପୁଣିଥରେ ଓଡ଼ିଆ ଫିଲ୍ମ କରିବେ ରଚନା !

ସିନେମା
ସେୟାର କରନ୍ତୁ

କଣ୍ଢେଇ ଆଖିରେ ଲୁହ ହେଉ ଅବା ସୁହାଗ ସିନ୍ଦୁର, ଲକ୍ଷଣରେଖା, ଗଙ୍ଗାଯମୁନା, ସନ୍ତାନ ପରି ହିଟ ଫିଲ୍ମରେ ରଚନା -ସିଦ୍ଧାର୍ଥଙ୍କ ଯୋଡିକୁ ପରଦାରେ ଦେଖିବାକୁ ଲୋକେ ଚାତକ ପରି ଚାହିଁ ରହିଥାନ୍ତି । ଉଭୟ ଯୋଡିକୁ ନେଇ ନାନା ଗୁଜବ ଉଠିଥିଲେ ମଧ୍ୟ ବାସ୍ତବରେ ସିଦ୍ଧାର୍ଥ ଅଭିନେତ୍ରୀ ମାମା ମିଶ୍ରଙ୍କୁ ବିବାହ କରିଥିଲେ । ଯାହାକି ଆଜି ବି ଦର୍ଶକେ ଆଉ ଥରେ ଏହି ଯୋଡିକୁ ଦେଖିବାକୁ ଅନେକ ଆଶା କରିଥାନ୍ତି । ମାତ୍ର ଏଯାବତ୍ ଏହି ପୁରୁଣା ଯୋଡିକୁ ନେଇ କିଛି ଅପଡେଟ ଆସିନଥିବାବେଳେ ରଚନା ଏବେ ଭୁବନେଶ୍ୱରରେ । ପୂର୍ବରୁ ଅନେକ ଥର ପୁରୀ ଜଗନ୍ନାଥଙ୍କୁ ଦର୍ଶକ କରିବା ଲାଗି ଭୁବନେଶ୍ୱର ଆସୁଥିବା ରଚନା ବାନାର୍ଜିଏଥର ଜି-ସାର୍ଥକ ଇଭେଣ୍ଟରେ ଯୋଗଦେବାକୁ ଆସିଛନ୍ତି । କଲିକତାରେ ଜି-ଟିଭି ସହ କାମ କରିଆସୁଥିଲେ ମଧ୍ୟ ଓଡ଼ିଶାରେ ଜି-ସାର୍ଥକ ନିମନ୍ତ୍ରଣ ଯୋଗୁଁ ବେଶ୍ ଭାଗ୍ୟଶାଳୀ ରଚନା । ଦୀର୍ଘଦିନ ପରେ ଓଡ଼ିଶାକୁ ଆସି ବହୁତ ଖୁସିଥିବା ରଚନା କୁହନ୍ତି ଯେ, ଓଡ଼ିଶାର ପାଣିପବନ ତାଙ୍କୁ ଅନେକ ଭଲପାଇବା ଦେଇଛିଫଳରେ ସେ କେବେ ଭୁଲିପାରୁନାହାଁନ୍ତି । ସମସ୍ତ ପ୍ରଡ୍ୟୁସରଙ୍କୁ ଭେଟିଥିବାବେଳେ ଜି-ସାର୍ଥକକୁ ଧନ୍ୟବାଦ ଜଣାଇବା ସହ ଅନେକ ବରିଷ୍ଠ କଳାକାର ଓ ନିର୍ଦ୍ଦେଶକ ପ୍ରଯୋଜକଙ୍କ ନିଧନରେ ଦୁଃଖପ୍ରକାଶ କରିଥିଲେ । ନିକଟରେ ଓଡ଼ିଆ ଫିଲ୍ମଦୁନିଆକୁ ଫେରିବେ କି ନାହିଁ ପଚରାଯିବାରୁ କହିଥିଲେ ଯେ ଏବେ ଖୁବ୍ ବ୍ୟସ୍ତତା ଥିବାରୁ ସମୟ ଦେଇପାରୁନାହିଁନ୍ତି । ଯଦି ସେମିତି ଭଲ ସୁଯୋଗ ମିଳେ ଚେଷ୍ଟଶକରିବେ । ତାଙ୍କ ମତରେ କେବଳ ଯେ ନାୟକ ନାୟିକାଙ୍କୁ ନେଇ ଫିଲ୍ମ ନିର୍ମାଣ ହୁଏନି ବରଂ ଛୋଟଛୋଟ କଳାକାରଙ୍କ ମଧ୍ୟ ଅନେକ ଭୂମିକା ରହିଥାଏ । ତେଣୁ ସମସ୍ତ ଟିମ୍‌କୁ ନେଇ ଏକ ଭଲ ସିନେମା ହୋଇପାରିବ । ତେବେ ଓଡ଼ିଆ ସିନେମାଙ୍କୁ କାହିଁକି ଲୋକେ ଅଧିକ ପସନ୍ଦ କରୁନାହାନ୍ତି ପଚରାଯିବାରୁ ଭଲ କାହାଣୀ ରହିଲେ ଦର୍ଶକ ପସନ୍ଦ କରିବେ ବୋଲି ସେ କହିଥିଲେ ।


ସେୟାର କରନ୍ତୁ