PM ନେଲେ ସୋସିଆଲ ମିଡ଼ିଆ ଛାଡ଼ିବାର ଫୈସଲା, ତେବେ ବଲିଉଡ଼ ପ୍ରଡ୍ୟୁସର କହିଲେ-ମୋଦିଙ୍କ ସର୍ଜିକଲ ଷ୍ଟ୍ରାଇକ…

ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସନ୍ଧ୍ୟାରେ ଏକ ଟ୍ୱିଟ କରି ସମସ୍ତଙ୍କୁ ଚକିତ କରିଦେଲେ କି ସେ ଏହି ରବିବାରକୁ ସୋସିଆଲ ମିଡ଼ିଆ ଛାଡିବାକୁ ବିଚାର କରୁଅଛନ୍ତି । ପିଏମ ମୋଦିଙ୍କ ଏହି ଟ୍ୱିଟ ପରେ ଜନତାଙ୍କ ସହିତ ଲଗାତାର ସେଲିବ୍ରେଟି ମାନେ ମଧ୍ୟ ନିଜର ରିଏକ୍ଟ କରୁଅଛନ୍ତି । ଯେଉଁଠି ଲଗାତାର ଲୋକେ ତାଙ୍କୁ ସୋସିଆଲ ମିଡିଆରେ ବନି ରହିବାପାଇଁ କହୁଛନ୍ତି । ସେଇଠି,ବଲିଉଡ଼ ପ୍ରଡ୍ୟୁସର ଅଶୋକ ପଣ୍ଡିତଙ୍କ ରିଏକ୍ସନ ଚର୍ଚାରେ ବନି ରହିଛି । ତେବେ ଅଶୋକ ପଣ୍ଡିତ ପିଏମ ମୋଦିଙ୍କ ସୋସିଆଲ ମିଡିଆ ଛାଡିବାକୁ ନେଇ ଏକ ଟୁଇଟ କରିଛନ୍ତି,ସେଥିରେ ସେ ଲେଖିଛନ୍ତି,’ମୋଦୀଙ୍କ ଫେସ୍ବୁକ,ଟୁଇଟର ଏବଂ ଇନଷ୍ଟାଗ୍ରାମ ଉପରେ ସର୍ଜିକଲ ଷ୍ଟ୍ରାଇକ ।’

ଅଶୋକ ପଣ୍ଡିତଙ୍କ ଏହି ଟ୍ୱିଟ ଉପରେ ଲୋକେ ଖୁବ ରିଏକ୍ଟ କରୁଛନ୍ତି ଏବଂ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ତେବେ ପିଏମ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆକୁ ଛାଡିବାକୁ ଫୈସଲା କରି ଟ୍ୱିଟ କରିଥିଲେ,’ଏହି ରବିବାରକୁ ନିଜର ସୋସିଆଲ ମିଡ଼ିଆ ଏକାଉଣ୍ଟ ଫେସ୍ବୁକ,ଟୁଇଟର, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବକୁ ଛାଡିବାକୁ ଚିନ୍ତା କରୁଅଛି । ତୁମ ସମସ୍ତଙ୍କୁ ଆଗକୁ ଜାନକାରୀ ଦେବି ।’ ଏହା ପରେ ଟୁଇଟର ଉପରେ ରିଏକ୍ସନର ବାଢ ଆସିଯାଇଥିଲା ।

କହିବାକି ପ୍ରଧାନମନ୍ତ୍ରୀ ମୋଦୀ,ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପଙ୍କ ପରେ ଟୁଇଟର ଉପରେ ସବୁଠାରୁ ଅଧିକ ଫଲୋ କରାଯାଉଥିବା ନେତା ଅଟନ୍ତି । ଟୁଇଟର ଉପରେ ପିଏମ ମୋଦିଙ୍କର 53.3 ମିଲିୟନ ଫଲୋୟର ଅଟନ୍ତି,ଯେବେକି ଡୋନାଲଡ଼ ଟ୍ରମ୍ପଙ୍କର 73.2 ମିଲିୟନ ଫଲୋୟର ଅଟନ୍ତି । ତେବେ ପିଏମ ମୋଦିଙ୍କର ଏହି ଫୈସଲା ଉପରେ ସମସ୍ତଙ୍କୁ ବଡ଼ ଝଟକା ଲାଗିଛି ।


ସେୟାର କରନ୍ତୁ