ଅକ୍ଷୟ କୁମାରଙ୍କ ସୂର୍ଯ୍ୟବଂଶୀ ଟ୍ରେଲରକୁ ଧମାକାଦାର ରିସ୍ପ।ନ୍ସ ,ଫିଲ୍ମକୁ କହିଲେ ବ୍ଲାକବଷ୍ଟର

ସିନେମା
ସେୟାର କରନ୍ତୁ

ରୋହିତ ସେଟ୍ଟୀ କ୍ୟାମ୍ପ ୟୂନିବର୍ଷର ତୃତୀୟ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର ରିଲିଜ୍ ହୋଇଯାଇଛି । ଏହି ଫିଲ୍ମରେ ପୋଲିସ ଅଫିସର ହୋଇଛନ୍ତି ଖିଲାଡୀ ଅକ୍ଷୟ କୁମାର । ଏହି ଟ୍ରେଲରକୁ ଦର୍ଶକଙ୍କ ଧମାକାଦାର ରିସ୍ପ।ନ୍ସ ମିଳୁଅଛି । ଦର୍ଶକମାନେ ଏହି ମୁବିକୁ ବ୍ଲାକବଷ୍ଟର କହୁଛନ୍ତି ।

‘ସୂର୍ଯ୍ୟବଂଶୀ’ରେ ଅକ୍ଷୟ କୁମାରଙ୍କ ସହ କାଟ୍ରିନା କୈଫ ମଧ୍ୟ ନଜର ଆସିବେ । ତେବେ ସେଇଠି ଶିମ୍ବା ରଣବୀର ସିଂହ ଏବଂ ସିଂଘମ ଅଜୟ ଦେବଗନ୍ ଟ୍ରେଲରରେ ପାୱାର ଧରି ଏଣ୍ଟ୍ରି କରିଥିବାର ଦେଖାଯାଇଛି । ଟ୍ରେଲର ରିଲିଜ୍ ହେବା ପରେ ଫ୍ୟାନ୍ସ ମାନଙ୍କ ଲଗାତାର ରିଏକ୍ସନ ସାମ୍ନାକୁ ଆସୁଅଛି । ୟୁଜର୍ସ ଏହାକୁ ଖିଲାଡୀ ଭେୟା,ବ୍ଲାକବଷ୍ଟର ଲୋଡିଂ, ଏପିକ ବୋଲି କହୁଛନ୍ତି । ଜଣେ ୟୁଜର ଲେଖିଲେ, ହଲେଇ ଦେଲେ ସାର ଆପଣ । ଫିଲ୍ମ 300 କରୋଡ଼ ଆୟ କରିବ,ସାଥିରେ ଅଲ ଟାଇମ ବ୍ଲାକବଷ୍ଟ ମଧ୍ୟ ହେବ ।

ଅକ୍ଷୟ କୁମାରଙ୍କ ଫିଲ୍ମର ଟ୍ରେଲର ଦେଖିବା ପରେ ଲୋକେ ଏମିତି ଇମ୍ପ୍ରେସ ହେଉଛନ୍ତି କି ଏହି ମୁବିକୁ ମାଷ୍ଟର ପିସ କହୁଛନ୍ତି । ଫିଲ୍ମ ଟ୍ରେଲରକୁ ମିଳୁଥିବା ସାନଦାର ରିସ୍ପ।ନ୍ସକୁ ଦେଖି କରି କୁହାଯାଇ ପାରିବକି ସୂର୍ଯ୍ୟବଂଶୀ’ ବକ୍ସ ଅଫିସ ଉପରେ ରାଜ କରିବା ପାଇଁ ଯାଉଛି । ଏହି ଫିଲ୍ମ ‘ସୂର୍ଯ୍ୟବଂଶୀ’ ଏହି ବର୍ଷ 24 ମାର୍ଚ୍ଚକୁ ରିଲିଜ୍ ହେବାକୁ ଯାଉଛି ।

ରୋହିତ ସେଟ୍ଟୀଙ୍କ ନିର୍ଦେଶନାରେ ବନିଥିବା ‘ସୂର୍ଯ୍ୟବଂଶୀ’ ଟ୍ରେଲର 4.15 ମିନିଣ୍ଟ ଲମ୍ବା ଅଟେ । ଏଥିପାଇଁ ଟ୍ରେଲର ମଧ୍ୟରେ କିଛି ବୋଝିଲ ମଧ୍ୟ ହୋଇଯାଉଛି । କିନ୍ତୁ ଟ୍ରେଲର ଶେଷ ହେବା ପୂର୍ବରୁ ଏମିତି ସିକ୍ୟୁଏନ୍ସ ଆସୁଛି ଯାହାକି ଦର୍ଶକ ମାନଙ୍କ ମଧ୍ୟରେ ରୋମାଞ୍ଚ ଭରି ଦେଉଛି । ତେବେ ଟ୍ରେଲରର ଶେଷ ଭାଗରେ ଅଜୟ ଦେବଗନ୍ ସିଂଘମଙ୍କ ଜବରଦସ୍ତ ଏଣ୍ଟ୍ରି ହେଉଛି । ଅଜୟଙ୍କ ଧମାକାଦାର ଏଣ୍ଟ୍ରି ଟ୍ରେଲରରେ ଜୀବନ ଆଣି ଦେଉଛି । ଅଜୟ ହିଁ ନୁହଁନ୍ତି ଶିମ୍ବା ରଣବୀର ସିଂହ ମଧ୍ୟ ‘ସୂର୍ଯ୍ୟବଂଶୀ’ର ମଦଦ ପାଇଁ ସାଥିରେ ଆସୁଛନ୍ତି ।


ସେୟାର କରନ୍ତୁ