ବୁଧବାର ରାଶିଫଳ

Truthink
ସେୟାର କରନ୍ତୁ

ମେଷ: ଯେତେ ବାଧା-ବିଘ୍ନର ସମ୍ମୁଖୀନ ହେଲେ ବି କାର୍ଯ୍ୟରେ ସଫଳତା ଲାଭ କରିବେ। କର୍ମକ୍ଷେତ୍ର ପ୍ରଗତିର ସୋପାନ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁଖୀ ହୋଇପାରନ୍ତି। ଭାଗ୍ୟବାନ୍‌ ହେବେ। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହେବ।
ବୃଷ: ଆଶା କରୁଥିବା ଦ୍ରବ୍ୟ ହସ୍ତଗତ ହୋଇପାରେ। ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି। ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ। ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବାର ସୁଯୋଗ ସୃଷ୍ଟି ହୋଇଛି। ଧନର ଅଧିକାରୀ ହେବେ। ଚଞ୍ଚଳମନା ହେବେ।
ମିଥୁନ: ଗୃହରେ ଶାନ୍ତିର ସୃଷ୍ଟି ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୋଜଗାର ଆଶାନୁରୂପ ହେବ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ସର୍ବାଙ୍ଗୀଣ ଉନ୍ନତି ହେବାର ସୂଚନା ମିଳୁଛି। ନୂଆ ବନ୍ଧୁଙ୍କ ସହାୟତା ମିଳିବ। ସୁସ୍ଥ ରହିବେ। ଗୁଣଜ୍ଞ ହେବେ।
କର୍କଟ: ଆର୍ଥିକ ସମସ୍ୟା ଘେନି ପ୍ରତିଦ୍ବନ୍ଦ୍ବିତା ଲାଗି ରହିବ। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। କାର୍ଯ୍ୟ ବିଳମ୍ବିତ ହେବ। ଶୁଭକାର୍ଯ୍ୟରେ ବ୍ୟୟ ହୋଇପାରେ। ଜନସାଧାରଣଙ୍କ ମନ କିଣି ପାରନ୍ତି। କ୍ରୋଧୀ ହେବେ। ଚକ୍ଷୁ ପୀଡ଼ା ଉପୁଜି ପାରେ।
ସିଂହ: ଆୟ ବୃଦ୍ଧିର ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଚଞ୍ଚଳମନା ହୋଇପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ସରକାରୀ କୃପା ଲାଭ କରିବେ। ସମ୍ମାନର ଅଧିକାରୀ ହୋଇପାରନ୍ତି। କରିତ୍‌କର୍ମା ହେବେ।
କନ୍ୟା: ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଦିନ ବିତାଇବାକୁ ପଡ଼ିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ସୁଖ, ସମୃଦ୍ଧିର ସୂଚନା ମିଳୁଛି। ପ୍ରତିଯୋଗିତାରେ ବିଜୟ ଲାଭ କରିବେ। ଯଶସ୍ବୀ ହେବେ। ଧୈର୍ଯ୍ୟବାନ୍‌ ହୋଇପାରନ୍ତି।
ତୁଳା: ତରବର ନ ହୋଇ ଧୀରେ ସୁସ୍ଥେ କାର୍ଯ୍ୟ କଲେ ସଫଳତାର ଶୀର୍ଷରେ ଉପନୀତ ହୋଇପାରନ୍ତି। ଜନୈକା ମହିଳାଙ୍କ ଦ୍ବାରା ବିଶେଷ ଉପକୃତ ହେବେ। କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହୋଇପାରନ୍ତି। ଚଞ୍ଚଳମନା ହେବେ। ଧନ ମିଳିବ। ସୁଖ ଭୋଗ କରିବେ।
ବିଛା: ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡ଼ିବ। ସୁଖ ସମ୍ପଦ ମିଳିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶତ୍ରୁଘାତୀ ହୋଇପାରନ୍ତି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ପରକୁ ଆପଣାର କରି କର୍ମକ୍ଷେତ୍ରକୁ ଉଳମୟ କରିବେ।
ଧନୁ: ସୁଖ-ସନ୍ତୋଷ ଲାଭ କରିବେ। ବନ୍ଧୁମାନଙ୍କ ସହାୟତା ଓ ସମର୍ଥନ ପାଇ ଅସାଧ୍ୟ ସାଧନ କରିପାରନ୍ତି। ବ୍ୟବସାୟ ଶୃଙ୍ଖଳିତ ହେବ। ଦାନ-ଧର୍ମରେ ଦୀକ୍ଷିତ ହେବେ। ଦୟାଳୁ ସ୍ବଭାବର ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।
ମକର: ଶତ୍ରୁର ଆଚରଣ ଆପଣଙ୍କୁ କ୍ରୋଧିତ କରିପାରେ। ଚିନ୍ତା ଦୂର ହେବ। ଗୁରୁକୃପା ଲାଭ କରି ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ। ସୁସ୍ଥ ଓ ନିରୋଗ ଜୀବନଯାପନ କରିବେ। ବଳବାନ୍‌ ହେବେ। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରିପାଇବେ।
କୁମ୍ଭ: ଶ୍ବେତ ଅରଖ ଫୁଲରେ ଦେବଦେବ ମହାଦେବଙ୍କ ଆରାଧନା କଲେ ବହୁ ସୁଫଳ ପ୍ରାପ୍ତ ହେବେ। କାର୍ଯ୍ୟ କରିବା ପୂର୍ବରୁ ବିଚାର ଆଲୋଚନା ଆବଶ୍ୟକ ହେଉଛି। ଆକସ୍ମିକ ଧନ ପ୍ରାପ୍ତିର ସୂଚନା ମିଳୁଛି। ଚଞ୍ଚଳମନା ହେବେ। ପ୍ରଚୁର ଧନ ମିଳିବ।
ମୀନ: କେତେକ କ୍ଷେତ୍ରରେ ବାଦାନୁବାଦ ଦେଖା ଦେଇପାରେ। କୃଷି ଉପରେ ବିଶେଷ ନଜର ରଖି ପାରନ୍ତି। ମିଷ୍ଟଭାଷୀ ହେବେ। ଯାନବାହନ ସୁଖ ମିଳିବ। ବିଭିନ୍ନ ସ୍ତରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ବାକ୍‌ପଟୁତା ଯୋଗୁଁ ଆଦର ମିଳିବ।


ସେୟାର କରନ୍ତୁ