ଲଞ୍ଚ ହେଲା HTCର wildfire R70 ମଡେଲ,ପଢନ୍ତୁ କଣ ରହିଛି ଫିଚର

Truthink
ସେୟାର କରନ୍ତୁ

ତାଇୱାନର ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ପକ୍ଷରୁ ଏଚଟିସି ୱାଇଲ୍ଡଫାୟର ଆର୭୦ କୁ ଭାରତରେ ଲଞ୍ଚ କରାଯାଇଛି । ଗ୍ରାହକଙ୍କୁ ଏହି ସ୍ମାର୍ଟଫୋନ୍ ରେ ଏଚଡି ଡିସପ୍ଲେ, ଦମଦାର ପ୍ରୋସେସର ଏବଂ ଟ୍ରିପଲ କ୍ୟାମରୋ ସେଟଅପ୍ ମିଳିବ ।
ଏହି ଫୋନ୍ ରେ ୬.୫୩ ଇଞ୍ଚର ଏଚଡି ଡିସପ୍ଲେ ରହିଛି । ଯାହାର ରିଜଲ୍ୟୁସନ୍ ୭୨୦ଞ୍ଚ୧୫୬୦ ପିକ୍ସଲ । ଏହାସହିତ ଏଥିରେ ସ୍କ୍ରିନ୍ ର ଆସପେକ୍ଟ ରେସିଓ ୧୯.୫:୯ ରହିଛି । ଏଥିରେ ଅକ୍ଟା-କୋର ମିଡିଆଟେକ ହିଲିୟୋ ପି୨୦ ଏବଂ ୨ ଜିବି ର୍ୟାମ, ୩୨ ଜିବି ଷ୍ଟୋରେଜ୍ ଦିଆଯାଇଛି । ସେହିପରି ଏହି ସ୍ମାର୍ଟଫୋନ୍ ଏଣ୍ଡ୍ରୋଏଡ ୯ ଅପରେଟିଙ୍ଗ ସିଷ୍ଟମରେ କାମ କରିବ ।


ସେୟାର କରନ୍ତୁ