ପ୍ଲାଷ୍ଟିକ କପରେ ଚା ପିଉଛନ୍ତି କି ହେଇପାରେ ଏହି ରୋଗ

Truthink
ସେୟାର କରନ୍ତୁ

ଚା’ ପିଇବା ଦ୍ୱାରା ଶରୀର ଫୂର୍ତ୍ତି ଅନୁଭୂତ ହୋଇଥାଏ ସତ କିନ୍ତୁ ଏହା ଶରୀର ପାଇଁ ହାନିକାରକ । ସବୁଠାରୁ ବଡ କଥା ହେଉଛି ଦୋକାନ ମାନଙ୍କରେ ମାଟି କପ୍ ବଦଳରେ ପ୍ଲାଷ୍ଟିକ କପ୍ ବା ଡିସ୍ପୋଜଲ ରେ ଚା’ ବିକ୍ରି ହେଉଛି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହି ଡିସ୍ପୋଜଲ କପ୍ ରେ ଚା’ ପିଇବା ଦ୍ୱାରା କର୍କଟ ରୋଗ ହେବାର ସମ୍ଭାବନା ଅଧିକ ରହିଛି ।
ହୁଏତ ଡିସ୍ପୋଜଲ ବ୍ୟବହାର ସହଜ କିନ୍ତୁ ଏହାକୁ ନିୟମିତ ବ୍ୟବହାର କରିବା ଦ୍ୱାରା ଏହା ଶରୀର ପାଇଁ ଖୁବ୍ ହାନିକାରକ ହୋଇଥାଏ । ଏହି ଡିସ୍ପୋଜଲ ଗ୍ଲାସ ପଲିଷ୍ଟିରିନ୍ ରୁ ତିଆରି ହୋଇଛି । ଯେତେବେଳେ ଗରମ ଚା’କୁ ଡିସ୍ପୋଜଲ ଗ୍ଲାସରେ ପକାଯାଇଥାଏ, ସେହି ସମୟରେ ସେହି ଗ୍ଲାସରୁ କିଛି ତତ୍ୱ ବାହାରି ଚା’ ସହିତ ମିଶି ଯାଇ ତାହା ପେଟକୁ ଯାଇଥାଏ । ଏହାଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା ଅଧିକ ବଢି ଯାଇଥାଏ ।

ଡାକ୍ତରଙ୍କ ମୁତାବକ, ନିୟମିତ ପ୍ଲାଷ୍ଟିକ କପ୍ ରେ ଗରମ ଚା’ ପିଇବା ଦ୍ୱାରା ଫୁସଫୁସ ଏବଂ ଯକୃତରେ କର୍କଟ ହେବାର ଆଶଙ୍କ ବଢିଥାଏ । ଏହି କପ୍ ରୁ ଏସିଡ୍ସ ବାହାରି ଚା’ ରେ ମିଶି ପେଟକୁ ଯାଇଥାଏ । ଏହାପରେ ଏହି ଏସିଡ୍ସ ପେଟରେ ଜମା ହୋଇଥାଏ । ଯାହାଦ୍ୱାରା ପାଚନତନ୍ତ୍ରରେ ପ୍ରଭାବିତ ହୋଇଥାଏ ।
ଡିସ୍ପୋଜଲ କପରେ ଥିବା ମେଟ୍ରୋସେମିନ, ବିସ୍ଫିନାଲ ଏବଂ ବର୍ଡ ଇଥାଇଲ ଡେକ୍ସିନ ନାମକ କେମିକାଲ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହାଦ୍ୱାରା ଗର୍ଭବତୀ ମହିଳା ଏବଂ ଶିଶୁ ପାଇଁ ବହୁତ ହାନିକାରକ ହୋଇଥାଏ ।


ସେୟାର କରନ୍ତୁ