ରବିବାର ରାଶିଫଳ

Truthink
ସେୟାର କରନ୍ତୁ

ମେଷ: ଘାତବାର ଥିବାରୁ ଦେବୀ ଦର୍ଶନ ଶୁଭଦାୟକ ହେବ। ନିର୍ଭରଶୀଳ ନ ହୋଇ ସ୍ୱାଧୀନ ଚେତାଭାବେ କାର୍ଯ୍ୟ କରିବେ। ବାଣିଜ୍ୟ କାରବାରରେ ଅଧିକ ଲାଭବାନ୍‍ ହୋଇପାରନ୍ତି। ଜନସାଧାରଣଙ୍କ ନିକଟତର ହୋଇ ନେତୃତ୍ୱ ନେବେ।
ବୃଷ: ମନ ଫୂର୍ତ୍ତି ରହିବ। ସମ୍ମାନିତ ହେବେ। କାର୍ଯ୍ୟରେ ସଫଳତା ପାଇବା ପାଇଁ ଅପେକ୍ଷା କରିବାକୁ ପଡ଼ିବ। ଭାଗ୍ୟବାନ୍‍ ହେବେ। ଉନ୍ନତି ମାର୍ଗରେ ଆଗକୁ ବଢ଼ି ପାରନ୍ତି। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ନୃତ୍ୟ ସଙ୍ଗୀତପ୍ରିୟ ହେବେ। ସତ୍‍କର୍ମରେ ଲିପ୍ତ ହେବେ।
ମିଥୁନ: ବନ୍ଧୁମେଳରେ ସମୟ ବିତାଇ ପାରନ୍ତି। ସମ୍ମାନିତ ହେବେ। ରୋଜଗାର ଆଶାନୁରୂପ ହେବ। ଅର୍ଥ ପ୍ରାପ୍ତିର ସୁଯୋଗ ଜୁଟିଛି। ଉପୁଜିଥିବା ସମସ୍ୟାର ସମାଧାନ ହେବ। ଚିନ୍ତା ଦୂର ହେବ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍‍ ହେବେ। ଗୁଣୀ ହେବେ।
କର୍କଟ: ଯାତ୍ରା ପଥ କୁସୁମିତ ହେବ। କର୍ମତତ୍ପର ରହିବେ। ପାରିବାରିକ ସୁଖ ମିଳିବ। ମନ ପ୍ରଫୁଲ୍ଲ ରହିବ। ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବହୁବିଧ ଧନର ଅଧିକାରୀ ହୋଇପାରନ୍ତି। ଉତ୍ତମ ଗୁଣଯୁକ୍ତ ହେବେ।
ସିଂହ: ପରୋପକାରୀ ହେବେ। ମାନସିକ ଶାନ୍ତି ଅବ୍ୟାହତ ରହିବ। ବିବାଦରେ ବିଜୟୀ ହେବେ। ସର୍ବ ସୁଖ ମିଳିପାରେ। ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ଓ ଧନବାନ ହେବେ। ଅପାର ସୁଖ ମିଳିବ।
କନ୍ୟା: ମନ ଅସ୍ଥିର ରହିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ। ଅପରାହ୍ଣରୁ ବହୁଧନ, ଉତ୍ତମ ବଂଶରୁ କନ୍ୟା ଆଣିବାର ସୁଯୋଗ ଅଛି। ରୂପବାନ୍‍ ହେବେ। ସର୍ବ ସୁଖ ମିଳିବା ଆଶା କରାଯାଏ।
ତୁଳା: ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହୋଇପାରନ୍ତି। ବନ୍ଧୁ ମହଲରେ ରହି ଚଳ-ଚଞ୍ଚଳ ହେବେ। ସୁନ୍ଦର, ମୂଲ୍ୟବାନ୍‍ ବସ୍ତୁ ଲାଭର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ଦୁଃଖୀରଙ୍କୀଙ୍କ ପାଇଁ ଦୟାର୍ଦ୍ର ଚିତ୍ତ ହୋଇପାରନ୍ତି।
ବିଛା: ବିଭାଗୀୟ କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ଅସହଯୋଗକୁ ଏଡ଼ାଇ କର୍ତ୍ତବ୍ୟରତ ହୋଇପାରନ୍ତି। ରାଜପୂଜା ମିଳିବ। ଯାନବାହନ ଯୁକ୍ତ ହେବେ। ଶ୍ରାମାଧୀଶ ହୋଇପାରନ୍ତି। ପରାକ୍ରମଶାଳୀ ହେବେ। ବହୁ ଜନ ପୋଷକ ହେବେ। ଆତ୍ମତୃପ୍ତି ମିଳିବ।
ଧନୁ: ସମ୍ମାନିତ ହେବେ। ଆଧ୍ୟାତ୍ମିକ ଚିନ୍ତାଧାରାରେ ଉଦ୍‍ବୁଦ୍ଧ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ଶାସ୍ତ୍ରପଟୁ ହେବେ। ସୁବର୍ଣ୍ଣାଦିଯୁକ୍ତ ହେବେ। ରାଜବଂଶ ପୂଜିତ ହେବା ଆଶା କରାଯାଏ।
ମକର: ଚୌର ଭୟ ଅଛି। ବ୍ୟୟ ବୃଦ୍ଧି ହୋଇପାରେ। ଚିନ୍ତା ଦୂର ହେବ। ଅପରାହ୍ଣରେ ଗୁରୁକୃପା ଲାଭ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଯାନବାହନ ସୁଖର ଅଧିକାରୀ ହେବେ। ଉତ୍ତମ ଗୃହରେ ରହିବେ।
କୁମ୍ଭ: କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହେବେ। ଦରକାରୀ ଦ୍ରବ୍ୟ କ୍ରୟ କରିପାରନ୍ତି। ସାମର୍ଥ୍ୟର ପରିପ୍ରକାଶ ଘଟାଇବାରେ ସକ୍ଷମ ହେବେ। ଧନାଗମର ସୂଚନା ମିଳୁଛି। ଉତ୍ତମ ବସ୍ତ୍ର, ରତ୍ନ, ଯାନବାହନ ଲାଭ ହୋଇପାରେ। ସରକାରୀ ଅର୍ଥ ମିଳିବ।
ମୀନ: ଆଶାବାଦୀ ହୋଇପାରନ୍ତି। ବହୁ ଶୁଭଫଳ ପାଇବାର ସୂଚନା ମିଳୁଛି। ଧର୍ମପ୍ରାଣ ହୋଇପାରନ୍ତି। ସଦା-ସର୍ବଦା ହସହସ ମୁଖ ହେବେ। ଶ୍ରେଷ୍ଠ ପଦରେ ଆସୀନ ହୋଇପାରନ୍ତି। ଆଧିପତ୍ୟ ରହିବ।


ସେୟାର କରନ୍ତୁ