ପୁଣି ପ୍ରେମରେ ପଡିଲେ ନେହା କକ୍କର

Truthink
ସେୟାର କରନ୍ତୁ

ବଲିଉଡର ସୁମଧୁର କଣ୍ଠଧାରୀ ଗାୟିକା ନେହା କକ୍କର । ସେ ନିଜର ସଙ୍ଗୀତ ଯାଦୁରେ ଛୋଟରୁ ବଡ଼ ଯାଏଁ ସମସ୍ତଙ୍କ ମନ କିଣି ନେଇଛନ୍ତି । ନେହା ଅନେକ ପରିଶ୍ରମ କରି ସଫଳତା ପାହାଚରେ ପହଞ୍ଚିପାରିଛନ୍ତି । କିଛି ଦିନ ହେବା ନେହା ନିଜ ରିଲେସନସିପ କୁ ନେଇ ବେଶ୍ ଚର୍ଚ୍ଚାରେ ଥିଲେ ।

ନିକଟରେ ତାଙ୍କର ହିମାନସ କୋହଲିଙ୍କ ସହ ବ୍ରେକ୍‌ ଅପ୍‌ ହୋଇଯାଇଥିଲା । ଏବେ ପୁଣି ତାଙ୍କର ଅନ୍ୟଏକ ରିଲେସନଶିପ ଚର୍ଚ୍ଚା ଧରିଛି । ଇଣ୍ଡିଆନ୍‌ ଆଇଡଲ୍‌ କଣ୍ଟେଷ୍ଟାଣ୍ଟ ବିଭୋର ପରାସରଙ୍କ ସହ ନେହା ଡେଟିଂ କରୁଛନ୍ତି ବୋଲି ଆଲୋଚନା ହେଉଥିଲା । ଏହାକୁ ନେଇ ସୋସିଆଲ ମିଡିଆରେ ନେହା ଟ୍ରୋଲ୍‌ ଶିକାର ମଧ୍ୟ ହୋଇଛନ୍ତି ।

ମୁଁ ବି କାହାର ଝିଅ ମୁଁବି କାହାର ଭଉଣୀ। ତେଣୁ ଆପଣମାନେ ଏମିତି କମେଣ୍ଟ ଦେବା ପୂର୍ବରୁ ଥରେ ଚିନ୍ତା କରିବା ଦରକାର ବୋଲି ନେହା କହିଛନ୍ତି ।


ସେୟାର କରନ୍ତୁ