ଶୁକ୍ରବାର ରାଶିଫଳ

Truthink
ସେୟାର କରନ୍ତୁ

ମେଷ: ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ। ସ୍ଥିତି ଅନୁକୂଳ ଅଛି। ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍‌ କରି ଗଢ଼ି ତୋଳିବ। ଚିନ୍ତାଧାରା ମହତ ହେବ। ଜନପ୍ରିୟ ହେବେ। ସତ୍‌ପଥଗାମୀ ହୋଇପାରନ୍ତି। ବିଦ୍ୟାରୂପକ ମହାଧନ ଅର୍ଜନ କରିବେ।
ବୃଷ: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ। ଭାଗ୍ୟବାନ୍‌ ହେବେ। ସମ୍ମାନିତ ହୋଇପାରନ୍ତି। ଧନଯୁକ୍ତ ହେବେ। ସ୍ତ୍ରୀ ପୁତ୍ର ପ୍ରୀତିଯୁକ୍ତ ହେବେ। ଶତ୍ରୁକୁ ପରାସ୍ତ କରିବାରେ ସଫଳତା ଲାଭ କରିବେ।
ମିଥୁନ: କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ; ମାତ୍ର ବିଳମ୍ବରେ। ପତ୍ନୀଙ୍କ ଧନ ଉପଭୋଗ କରିବେ। ବିନୟୀ ହେବେ। ଶାନ୍ତଗୁଣଯୁକ୍ତ ହୋଇପାରନ୍ତି। ମନ୍ତ୍ରଣା ଶକ୍ତିଯୁକ୍ତ ହେବେ। କାବ୍ୟକର୍ତ୍ତା ହୋଇପାରନ୍ତି। ସୁଖୀ ହେବେ। ନିଜ ବଳାର୍ଜିତ ଧନଭୋଗ କରିବେ।
କର୍କଟ: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ମନରେ ସେବା ଭାବନା ଜାଗ୍ରତ ହେବ। କର୍ମକୁଶଳତା ପ୍ରକାଶ ପାଇବ। ପୂଜାର୍ଚ୍ଚନାରେ ମନୋନିବେଶ କରିପାରନ୍ତି। ସକଳ ଗୁଣର ଆଧାର ହେବେ। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି।
ସିଂହ: ଆଳସ୍ୟ ପରାୟଣ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। କାର୍ଯ୍ୟ ବିଳମ୍ବିତ ହୋଇପାରେ। ତ୍ୟାଗପୁତ ମନୋଭାବ ଗ୍ରହଣ କରିବେ। ନୀତିନିଷ୍ଠ ହୋଇପାରନ୍ତି। ଚଞ୍ଚଳମନା ହେବେ। ବହୁଧନ ପ୍ରାପ୍ତି ସହ ଉତ୍ତମ ବଂଶର କନ୍ୟା ଆଣିବେ।
କନ୍ୟା: କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧନବାନ୍‌ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଆସନ୍ନ ପ୍ରସବା ଥିଲେ ପୁତ୍ର ଲାଭ ହୋଇପାରେ। ବଳିଷ୍ଠ ଓ ସୁନ୍ଦର ସ୍ବରୂପଯୁକ୍ତ ହେବେ। ବିଶ୍ବାସୀ ମିତ୍ରଯୁକ୍ତ ହୋଇପାରନ୍ତି।
ତୁଳା: ପ୍ରତିବନ୍ଧକ ଲାଗୁ ହୋଇପାରେ। କର୍ମକ୍ଷେତ୍ରର ସଫଳ ରୂପାୟନ କରିପାରନ୍ତି। ଉନ୍ନତିମାର୍ଗରେ ଆଗକୁ ବଢ଼ିବେ। ଶୁଭକାର୍ଯ୍ୟରେ ଖର୍ଚ୍ଚ ପରିମାଣ ବୃଦ୍ଧି ହୋଇପାରେ। ପାରିବାରିକ ସୁଖ ମିଳିବ। ଭାଷାବିତ୍‌ ଭାବେ ପୂଜ୍ୟ ହୋଇପାରନ୍ତି।
ବିଛା: କାର୍ଯ୍ୟ କରିବା ପୂର୍ବରୁ ପରାମର୍ଶ ନେଲେ ସଫଳତା ମିଳିବ। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଦେହ ଓ ମାନସିକ ସ୍ଥିତି ଉନ୍ନତମାନର ହେବ। ବାଣିଜ୍ୟ ବିଷାରଦ ହୋଇପାରନ୍ତି। ରାଜକୃପା ମିଳିବ।
ଧନୁ: କର୍ମ ତତ୍ପର ହେବେ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ବ୍ୟବସାୟ ଲାଭଜନକ ହେବ। ଶ୍ରମ ସାର୍ଥକ ହେବ। ସରକାରୀ ଅର୍ଥ ମିଳିପାରେ। ବିଭିନ୍ନ ଦିଗରୁ ସାହାଯ୍ୟ, ସହଯୋଗ ମିଳିପାରେ। କୀର୍ତ୍ତି, ମର୍ତ୍ତି, ସନ୍ତୋଷ ସବୁ କିଛି ମିଳିପାରେ।
ମକର: ଜନ ସଂପର୍କ ବୃଦ୍ଧି ପାଇବ। କାର୍ଯ୍ୟ ସିଦ୍ଧି ହେବ। ମାତ୍ର ବିଳମ୍ବରେ ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ନିର୍ବାଚନ କାରସାଦିକୁ ପ୍ରତିହତ କରି ବିଜୟୀ ହେବେ। ପ୍ରତିଯୋଗିତାର ଫଳ ଆପଣଙ୍କ ସପକ୍ଷରେ ଯିବ।
କୁମ୍ଭ: ମିତ୍ର ଲାଭର ସୂଚନା ମିଳୁଛି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ବ୍ୟବସାୟରେ ଲାଭଜନକ ହେବ। ବିଚକ୍ଷଣ ହେବେ। ଜନପ୍ରିୟ ହୋଇପାରନ୍ତି। ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇପାରନ୍ତି। ହାସ୍ୟଯୁକ୍ତ ହେବେ।
ମୀନ: ମନରେ ଅହଂଭାବ ପୋଷଣ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଗରିବ-ଗୁରୁବାଙ୍କ ପ୍ରତି ଦୟାର ଅବତାର ହୋଇପାରନ୍ତି। ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ସଫଳତା ମିଳିବ। ପତ୍ନୀଙ୍କ ପରାମର୍ଶରେ କାର୍ଯ୍ୟ କଲେ ଅସାଧ୍ୟ ସାଧନ କରିପାରନ୍ତି।


ସେୟାର କରନ୍ତୁ