ରବିବାର ରାଶିଫଳ

Truthink
ସେୟାର କରନ୍ତୁ

ମେଷ: ଗୃହରୁ ଶାନ୍ତି ମିଳିବ। ବାଦ-ବିବାଦର ଆପୋଷ ସମାଧାନ ହେବ। ଉଦାର ପ୍ରକୃତିର ହେବେ। ମଧୁରଭାଷୀ ହୋଇପାରନ୍ତି। ଦାନଶୀଳ ହେବେ। ବ୍ୟକ୍ତିତ୍ବର ବିକାଶ ଘଟାଇପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ। କୃଷିକର୍ମକାରୀ ହେବେ। ବୁଦ୍ଧିମାନ ହେବେ।
ବୃଷ: ବ୍ୟବସାୟରୁ ସ୍ବଳ୍ପ ଲାଭ ମିଳିପାରେ। ପରିଶ୍ରମର ମୂଲ୍ୟ ମିଳିବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହୋଇପାରନ୍ତି। ମିଷ୍ଟଭାଷୀ ହେବେ। ଥଣ୍ଡା-କଫରେ ପୀଡ଼ିତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ।
ମିଥୁନ: କାର୍ୟ୍ୟରେ ସଫଳତା ଲାଭ କରିବେ। ପରମ ସୌଭାଗ୍ୟଶାଳୀ ହେବେ। ଉତ୍ତମ ବ୍ୟକ୍ତି ଭାବେ ସାମାଜିକ ସ୍ତରରେ ସ୍ବୀକୃତ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଧନାଗମ ହେବ।
କର୍କଟ: ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଐଶ୍ବର୍ୟ୍ୟଯୁକ୍ତ ହେବେ। ବ୍ୟବସାୟ ଲାଭଜନକ ହେବ। ସୈନିକମାନେ ରଣାଙ୍ଗନରେ ବୀରତ୍ବ ପ୍ରକାଶ କରିବେ। ମାଲିମୋକଦ୍ଦମାରେ ବିଜୟୀ ହେବେ ଓ ଧନଲାଭ ହେବ।
ସିଂହ: ଭାବି ଚିନ୍ତି କାର୍ୟ୍ୟ କରିବେ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଥଣ୍ଡା-କଫ ଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ବଭାବର ହେବେ। ଆଖିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ସ୍ନେହୀ ଭାଷା ପ୍ରୟୋଗ କରି ପରକୁ ଆପଣାର କରିବେ।
କନ୍ୟା: ଶତ୍ରୁ ଚିନ୍ତାରେ ମନ ବ୍ୟସ୍ତ ରହିବ। ଆମୋଦ-ପ୍ରମୋଦରେ ଦିନ ବିତାଇବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଚଞ୍ଚଳ ପ୍ରକୃତିର ହେବେ। ସମ୍ମାନିତ ହେବେ।
ତୁଳା: ଉଚ୍ଚକର୍ତ୍ତୃପକ୍ଷଙ୍କ ସାହାଯ୍ୟ ପାଇବେ। ସାରାଦିନ କାର୍ୟ୍ୟ ବ୍ୟସ୍ତ ରହିବେ। କୁଳ ଉଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ।
ବିଛା: ସେବା-ପୂଜାରେ ନିମଗ୍ନ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଉଦ୍ୟୋଗୀ ହେବେ।
ଧନୁ: ଅର୍ଥ ପ୍ରାପ୍ତିର ସୂଚନା ମିଳିବ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ସ୍ବାଭିମାନୀ ହେବେ। ସର୍ଦି-କଫରେ ପୀଡ଼ିତ ହୋଇପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
ମକର: ଅର୍ଥ ପ୍ରାପ୍ତର ମାର୍ଗ ସୁଗମ ହେବ। ତଥାପି ମନର ଉଦ୍‌ବେଗକୁ ଚାପି ରଖିବାକୁ ପଡ଼ିବ। ବ୍ୟବସାୟ ଲାଭଜନକ ହେବ। ସମାଜସେବୀ ହୋଇପାରନ୍ତି। ଶାନ୍ତ ଓ ଧୈର୍ୟ୍ୟବାନ୍‌ ହେବେ। ମନର ଅହଂଭାବ ଜାଗ୍ରତ ହେବ। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ରହିବେ।
କୁମ୍ଭ: କାର୍ୟ୍ୟକ୍ଷେତ୍ରରେ ଉନ୍ନତିର ମାର୍ଗ ଅନୁଶରଣ କରିବେ। ମନୋବଳ ଦୃଢ଼ ରହିବ। ଚକ୍ଷୁରେ ପୀଡ଼ା ଉପୁଜି ପାରେ। ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଶକ୍ତିମାନ୍‌ ହେବେ। ଶତ୍ରୁହନ୍ତା ହୋଇପାରନ୍ତି।
ମୀନ: ବନ୍ଧୁ ମେଳରେ ସମୟ ବିତାଇ ପାରନ୍ତି। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଲଟେରୀ ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।


ସେୟାର କରନ୍ତୁ