ଗୁରୁ ରନ୍ଧୱାଙ୍କର ଆଉ ଏକ ଧମାକା, ଗୀତ ‘ନଇନ ବଙ୍ଗାଲି’ ରିଲିଜ ସହିତ ହେଲା ଭାଇରାଲ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଗାୟକ ଗୁରୁ ରନ୍ଧୱା ଦିନକୁ ଦିନ ନିଜର ଗ୍ରାଫ୍ ବୃଦ୍ଧି କରୁଛନ୍ତି । ଗୋଟିଏ ପରେ ଗୋଟିଏ ହିଟ୍ ଟ୍ରାକ୍ ଦେଉଥିବା ଗାୟକ ଏବେ ଆଉ ଏକ ଜବରଦସ୍ତ ଗୀତ ରିଲିଜ୍ କରିଛନ୍ତି । ଏହି ଗୀତର ନାମ ହେଉଛି ‘ ନଇନ ବଙ୍ଗାଲି’ । ଏହି ଗୀତଟି କିଛି ସମୟ ପୂର୍ବରୁ ମୁକ୍ତିଲାଭ କରିଛି । କିନ୍ତୁ ସେହି ସମୟରେ ବ୍ୟୁଜ ଗ୍ରାଫ୍ ଦ୍ରୁତ ଗତିରେ ବଢିଚାଲିଛି ।

ପ୍ରତ୍ୟେକ ଥର ଭଳି ଏଥର ଗୁରୁ ରନ୍ଧୱାଙ୍କର ସ୍ଵଗ୍ ମଧ୍ୟ ଦେଖାଯାଉଛି । ଏହା ସହିତ, ଏହି ଗୀତର ଭିଡିଓ ମଧ୍ୟ ବହୁତ ସୁନ୍ଦର ଅଟେ । ଗୀତର ଆରମ୍ଭରେ ଏହା ଦେଖିବାକୁ ମିଳେ ଯେ ଗୁରୁ ନିଜର ସାଙ୍ଗମାନଙ୍କୁ କୁହନ୍ତି ଯେ ମୁଁ ଏକରୁ ଅଧିକ ଝିଅକୁ ଭଲପାଇ ପାରିବି । ଯେଉଁଥିରେ ତାଙ୍କର ବନ୍ଧୁମାନେ ତାଙ୍କୁ ବୁଝାଉଛନ୍ତି ଯେ ଏହା ଭୁଲ୍ ଅଟେ, ତୁମେ ନିଜ ପାଇଁ ଏକ ଏମିତି ଝିଅ ଖୋଜିବା ଉଚିତ ଯିଏ ସତ୍ୟ ଏବଂ ପ୍ରକୃତରେ ତୁମକୁ ଭଲ ପାଏ ।

ଏଠାରେ ଦେଖନ୍ତୁ ଭିଡ଼ିଓ..

ଏହି ଗୀତଟି ଟି-ସିରିଜ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଯାହାକି ଅଳ୍ପ ସମୟ ମଧ୍ୟରେ 70 ଲକ୍ଷରୁ ଅଧିକ ଥର ଦେଖାଯାଇଛି । ଏହି ଗୀତକୁ ଆନ୍ତର୍ଜାତୀୟ ନିର୍ଦ୍ଦେଶକ ଡେଭିଡ ଜାନି ନିର୍ଦ୍ଦେଶନା ଦେଇଛନ୍ତି । ଏହାର ସଂଗୀତକୁ ମଧ୍ୟ ଆନ୍ତର୍ଜାତୀୟ ମ୍ୟୁଜିକସିୟାନ ବି ପ୍ରଦାନ କରିଛନ୍ତି । କିନ୍ତୁ ଗୀତର ଲିରିକ୍ସ ଗୁରୁ ରନ୍ଧୱା ଲେଖିଛନ୍ତି ଏବଂ ସ୍ୱର ମଧ୍ୟ ଗୁରୁ ରାନ୍ଧୱାଙ୍କର ଅଟେ ।


ସେୟାର କରନ୍ତୁ