ବର୍ଷର ପ୍ରଥମ ବ୍ଲାକବଷ୍ଟର ବାନୀପାରେ ଅଜୟଙ୍କ ଫିଲ୍ମ, ଜବରଦସ୍ତ ଆୟ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ‘ତାନାଜୀ ଦ ଅନସଙ୍ଗ ୱାରିୟର’ ଏହି ବର୍ଷର ପ୍ରଥମ ବ୍ଲାକବଷ୍ଟର ମୁବି ହେବା ପାଇଁ ଜୋରରେ ଆଗକୁ ବଢ଼ିବାରେ ଲାଗିଛି । ପ୍ରଥମ ଦିନ 15 କରୋଡର ବକ୍ସ ଅଫିସ କମାଇ ପରେ ଦ୍ୱିତୀୟ ଦିନ ଅଜୟ ଦେବଗନଙ୍କ ଏହି ଫିଲ୍ମଟି ବକ୍ସ ଅଫିସ କମାଇ ମାମଲାରେ ଖୁବ ଭଲ ପ୍ରଦର୍ଶନ କରିଅଛି ।

ଟ୍ରେଣ୍ଡ ଏନାଲିଷ୍ଟ ତରଣ ଆଦର୍ଶ ଫିଲ୍ମର ଦ୍ୱିତୀୟ ଦିନର ଆଂକଡା ସେୟାର କରିଛନ୍ତି । ‘ତାନାଜୀ ଦ ଅନସଙ୍ଗ ୱାରିୟର’ ଦ୍ୱିତୀୟ ଦିନ ଶନିବାରରେ 20.57କରୋଡର କାରବାର କରିଅଛି । ତେବେ ପ୍ରଥମ ଦିନ ଫିଲ୍ମଟି 15.10କରୋଡ କମାଇ କରିଥିଲା । ତେବେ ଶୁକ୍ରବାର ଏବଂ ଶନିବାର କଲେକ୍ସନକୁ ମିଶାଇ ଫିଲ୍ମଟି ଟୋଟାଲ 35.67କରୋଡ ଟଙ୍କାର କାରବାର କରିଅଛି ।

ସ୍କ୍ରିନ ଡିଷ୍ଟ୍ରିବ୍ୟୁସନ କଥା କହିବାତ ତାନାଜୀକୁ ଭାରତରେ ମୋଟ 3880 ସ୍କ୍ରିନ ମିଳିଅଛି । ଏଥିରେ 2D ଏବଂ 3D ଦୁଇଟି ଫର୍ମାଟ ସାମିଲ ଅଛି । ବିଦେଶରେ ଫିଲ୍ମକୁ 660ସ୍କ୍ରିନ ମିଳିଅଛି, ତେବେ ଦେଶ ଆଉ ବିଦେଶ ସ୍କ୍ରିନକୁ ଟୋଟାଲ ମିଶାଇ 4540 ସ୍କ୍ରିନସରେ ରିଲିଜ କରାଯାଇଅଛି ।

ଏମିତି ଯଦି ଫିଲ୍ମଟି ନିଜର କମାଇ ଜାରି ରଖିବ ତେବେ ଜଲ୍ଦି ‘ତାନାଜୀ ଦ ଅନସଙ୍ଗ ୱାରିୟର’ 2020ର ପ୍ରଥମ ବ୍ଲାକବଷ୍ଟର ଫିଲ୍ମ ସାବିତ ହେବ । ଏହା ଅଜୟ ଦେବଗନଙ୍କ କ୍ୟାରିୟରର 100ତମ ଫିଲ୍ମ ଅଟେ ଏବଂ ଲମ୍ବା ସମୟ ପରେ ସେ ପତ୍ନୀ କାଜୋଲଙ୍କ ସାଥିରେ ନଜର ଆସୁଛନ୍ତି । ଏଥିରେ ସେ ମରାଠା ସାମ୍ରାଜ୍ୟର ବୀର ସୈନିକ ତାନାଜୀର ଭୂମିକାରେ ଅଛନ୍ତି । ଏହି ଫିଲ୍ମରେ ଅଜୟ ଦେବଗନଙ୍କ ବ୍ୟତୀତ କାଜୋଲ, ସୈଫ୍ ଅଲ୍ଲୀ ଖାନ୍ ଶରଦ କେଲକରଙ୍କ ଭଳି ଅଭିନେତା ଅହମ ରୋଲରେ ଅଛନ୍ତି ।


ସେୟାର କରନ୍ତୁ