ବାଗୀ-3 ର ଟ୍ରେଲର ରିଲିଜ, ଦମଦାର ଲୁକରେ ଟାଇଗର ସର୍ଫ

ସିନେମା
ସେୟାର କରନ୍ତୁ

ବାଗୀ-2ର ସଫଳତା ପରେ ଏବେ ପୁଣି ଥରେ ପରଦାକୁ ଆସିବାକୁ ଯାଉଛି ବାଗୀ 3 । ତେବେ ନିକଟରେ ଏହାର ଟ୍ରେଲର ରିଲିଜ ହୋଇଛି ଯାହାକୁ ଦର୍ଶକେ ଖୁବ ପସନ୍ଦ କରିଛନ୍ତି ବୋଲି ଶୁଣିବାକୁ ମିଳୁଛି । ବାଗୀ, ବାଗୀ-2 ପରି ବାଗୀ-3 ବି ପରଦା ରେ ଧମାଲ ମଚେଇଵ ବୋଲି ସିନେ କ୍ରିଟିକ୍ସ ମତ ଦେଇଛନ୍ତି ।

ରିଲିଜ ହୋଇଛି ଆକ୍ସନ ଷ୍ଟାର୍ ଟାଇଗର ଶ୍ରଫଙ୍କ ଅପକମିଂ ଫିଲ୍ମ ‘ବାଗି-୩’ର ଟ୍ରେଲର । ଏହା ଏକ ଆକ୍ସନ ଭିତ୍ତିକ ଫିଲ୍ମ ।

ଏହି ଫିଲ୍ମର ଲିଡ୍ ରୋଲରେ ଟାଇଗରଙ୍କ ସହ ଶ୍ରଦ୍ଧା ଓ ରିତେଶ ଦେଶମୁଖ ରହିଛନ୍ତି । ଜଣାଶୁଣା ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେୱାଲା ମଧ୍ୟ ଖାସ୍ ଚରିତ୍ରରେ ନଜର ଆସୁଛନ୍ତି ।
ଫିଲ୍ମରେ ଟାଇଗର ଓ ରିତେଶ ଦୁଇ ଭାଇ ଭୂମିକାରେ ଅଭିନୟ କରିଛନ୍ତି, ଯେଉଁଥିରେ ଟାଇଗର ନିଜ ଭାଇପାଇଁ ଖଳନାୟକମାନଙ୍କ ସହ ଲଢିବାକୁ ମଧ୍ୟ ପଛାଉନାହାଁନ୍ତି ।
ଟ୍ରେଲରକୁ ଦେଖିବା ପରେ ଦର୍ଶକେ ଫିଲ୍ମ ରିଲିଜକୁ ଅପେକ୍ଷା କରିଛନ୍ତି । ଅହମଦ ଖାନଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଆସନ୍ତା ମାର୍ଚ୍ଚ ୬ରେ ରିଲିଜ ହେବ । ଫକ୍ସ ଷ୍ଟାର ଷ୍ଟୁଡିଓ ଦ୍ୱାରା ପ୍ରଯୋଜିତ ବାଗୀ-୩ର ପ୍ରଡ୍ୟୁସର ଭାବେ ସାଜିଦ ନାଡିଆଡୱାଲା ରହିଛନ୍ତି ।


ସେୟାର କରନ୍ତୁ