‘ଛପାକ’ ଫିଲ୍ମର ଟ୍ରେଲର ରିଲିଜ୍‌, ଜଣେ ଏସିଡ୍‌ ପୀଡିତାଙ୍କ କାହାଣୀ

ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀ : ଦୀପିକା ପାଦୁକୋନଙ୍କ ବହୁ ପ୍ରତୀକ୍ଷିତ ‘ଛପାକ’ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି । ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ପୀଡିତା ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ କାହାଣୀ ‘ଛପାକ’ ଫିଲ୍ମ ମାଧ୍ୟମ​‌ରେ ଚିତ୍ରଣ କରାଯାଇଛି । ଏହି ଫିଲ୍ମ ଏସିଡ୍ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଅଛି ।

‘ଛପାକ’ ଫିଲ୍ମ​‌ରେ ମାଳତୀ ଭୂମିକାରେ ଦୀପିକା ପାଦୁକୋନ ନଜର ଆସୁଛନ୍ତି । ମାଳତୀଙ୍କ କାହାଣୀଟି କେତେ ଯେ ସଂଘର୍ଷମୟ ତାହା ଫିଲ୍ମର ଟ୍ରେଲର ଦେଖିଲେ ଜଣାପଡୁଛି । ଏହି ଫିଲ୍ମର ଟ୍ରେଲରରେ ଦୀପିକା ଏକ ଦମଦାର ଡାଇଲଗ୍ କହିଛନ୍ତି, ନାକ ନାହିଁ, କାନ ନାହିଁ, ଝୁମକା କେଉଁ ଠାରେ ପିନ୍ଧିବି ।

ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଦୀପିକା କହିଛନ୍ତି ଯେ ଏହି ଫିଲ୍ମରେ କେବଳ ତାଙ୍କର ମୁହଁର ଆକୃତି ବଦଳି ଯାଇଛି ହେଲେ ତାଙ୍କ ମନ ବଦଳି ନାହିଁ । ଦୀପିକାଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ଜଣେ ଏସିଡ୍‌ ଆଟାକ୍ ପୀଡ଼ିତାଙ୍କ ଭଳି ରହିଛି । ପ୍ରଥମ ଥର ପାଇଁ ଦୀପିକା ଏଭଳି ଚରିତ୍ର​‌ରେ ନଜର ଆସିଛନ୍ତି ।

ଦୀପିକା ଏହି ଫିଲ୍ମରେ ନିର୍ଦ୍ଦେଶକ ମେଘ୍ନା ଗୁଲଜାରଙ୍କ ସହ ପ୍ରଥମ ଥର ପାଇଁ କାମ କରିଛନ୍ତି । ବିକ୍ରାନ୍ତ ମୈସୀ ଏହି ଫିଲ୍ମରେ ଦୀପିକାଙ୍କ ଅପୋଜିଟ୍ ଭୂମିକାରେ ନଜର ଆସୁଛନ୍ତି । ବିକ୍ରାନ୍ତ ଜଣେ ପତ୍ରକାରେ କାମ କରୁଛନ୍ତି । ସେ ନ୍ୟାୟ ପାଇଁ ଦୀପିକାଙ୍କ ସପକ୍ଷ୍ୟରେ ଲଢୁଛନ୍ତି । ଜାନୁଆରୀ 10 2020ରେ ଏହି ଫିଲ୍ମଟି ସିନେମା ଘରେ ରିଲିଜ୍ ହେବାକୁ ଯାଉଛି ।


ସେୟାର କରନ୍ତୁ