ହୋଲି ଅବସରରେ ସଲମାନ ଦେବେ ସର୍‌ପ୍ରାଇଜ୍

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ରଙ୍ଗର ପର୍ବ ହୋଲି ଅବସରରେ ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ ଖାନ ଦର୍ଶକ ମାନଙ୍କ ପାଇଁ ନେଇ ଆସୁଛନ୍ତି ଏକ ବଡ଼ ସର୍‌ପ୍ରାଇଜ୍ । ଭାଇଜାନ୍‌ ଏବେ ନିଜ ଅପକମିଂ ଫିଲ୍ମ ‘ରାଧେ’କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ସେ ନିଜ ପୁରୁଣା ଅନ୍ଦାଜରେ ଫୁଲ ଆକ୍ସନ ମୋଡରେ ଏହି ଫିଲ୍ମରେ ପୁଣିଥରେ ନଜର ଆସିବେ । ତାଙ୍କ ଫ୍ୟାନ୍ସମାନେ ଏହି ଫିଲ୍ମର ଟିଜର୍‌ ଓ ଟ୍ରେଲର୍‌ କେବେ ଆସିବ ଅପେକ୍ଷା କରିଛନ୍ତି । ତେବେ ହୋଲି ଅବସରରେ ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏକ ଖୁସିର ଖବର । ହୋଲିରେ ଫିଲ୍ମ ‘ରାଧେ’ ର ଟିଜର ରିଲିଜ୍‌ ହେବ ।

ଫିଲ୍ମର ଟ୍ରେଲର ରିଲିଜ୍‌ ହେବା ପାଇଁ ସମୟ ଅଛି, ହେଲେ ଏହାର ଟିଜର ଖୁବ ଶୀଘ୍ର ରିଲିଜ୍ ହୋଇପାରେ । ସୂଚନା ଅନୁଯାୟୀ ସଲମାନ ହୋଲି ଅବସରରେ ‘ରାଧେ’ର ଟିଜର ରିଲିଜ୍‌ କରିବାକୁ ଚାହୁଁଛନ୍ତି । ଫିଲ୍ମର ନିର୍ଦ୍ଦେଶକ ପ୍ରଭୁଦେବାଙ୍କ ସହ ସେ ଏ ନେଇ ମଧ୍ୟ ଆଲୋଚନା କରିଛନ୍ତି । ତାଙ୍କ କହିବା ମୁତାବକ ହୋଲି ଅବସରରେ ‘ରାଧେ’ର ଟିଜର ରିଲିଜ୍‌ କରାଗଲେ ଫିଲ୍ମକୁ ନେଇ ଫ୍ୟାନ୍ସମାନଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ରହିବ ।

ବର୍ତ୍ତମାନ ଦିଶାଙ୍କ ସହ ଫିଲ୍ମର ଶେଷ ଅଂଶର ଶୁଟିଂ ଚାଲୁରହିଅଛି । ଡ଼ାଇରେକ୍ଟର ପ୍ରଭୁଦେବା ମଧ୍ୟ ଏଡିଟିଂରେ ବ୍ୟସ୍ତ ଅଛନ୍ତି । ଆସନ୍ତା ସପ୍ତାହରୁ ଫିଲ୍ମର ଟିମ୍‌ ଏହାର ପ୍ରମୋସନ୍‌ ଆରମ୍ଭ କରିଦେବେ । ଏଥିସହ ମାର୍ଚ୍ଚ 9ରେ ସଲ୍‌ମାନ୍‌ ଓ ପ୍ରଭୁଦେବାଙ୍କ ସହମତିରେ ପିଲ୍ମର ଟିଜର ରିଲିଜ୍‌ ହେବ । ଟିଜରରେ କେବଳ ସଲମାନଙ୍କ ଲୁକ ଉପରୁ ପରଦା ଉଠିବ ।

ସୂଚନା ମୁତାବକ, 2020 ମେ 22ରେ ଇଦ ଅବସରରେ ଫିଲ୍ମଟି ରିଲିଜ୍‌ ହେବ । ଏହି ଫିଲ୍ମକୁ ବକ୍ସ ଅଫିସରେ ଟକ୍କର ଦେବ ଅକ୍ଷୟଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍ବ’ । ‘ରାଧେ’ରେ ସଲ୍‌ମାନ୍‌ ଓ ଦିଶା ଲିଡ ରୋଲରେ ନଜର ଆସିବେ । ଏଥିରେ ନେଗେଟିଭ ଚରିତ୍ରରେ ଦେଖାଯିବେ ରଣଦୀପ ହୁଦା । ଏହି ଫିଲ୍ମରେ ଜ୍ୟାକି ଶ୍ରଫ୍‌ ମଧ୍ୟ ନଜର ଆସିବେ । ଏହି ଫିଲ୍ମକୁ ସଲମାନ, ସୋହେଲ ଖାନ ଓ ଅତୁଲ ଅଗ୍ନିହୋତ୍ରୀ ମିଳିତ ଭାବେ ପ୍ରଯୋଜନା କରୁଛନ୍ତି । ‘ୱାଣ୍ଟେଡ୍’ ଓ ‘ଦବଙ୍ଗ-3’ ପରେ ପ୍ରଭୂଦେବାଙ୍କ ସହିତ ସଲମାନଙ୍କ ଏହା ହେଉଛି ତୃତୀୟ ଫିଲ୍ମ ।


ସେୟାର କରନ୍ତୁ