ସକାଳୁ ଖାଲି ପେଟରେ ପିଅନ୍ତୁ ଲେମ୍ବଲୁଣ ପାଣି ମିଳିବ ଅନେକ ଫାଇଦା

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଶରୀର ପାଇଁ ଯେଉଁଭଳି ଭାବେ ଅନ୍ୟ ପୋଷକ ତତ୍ୱ ଆବଶ୍ୟକ ଠିକ୍ ସେହିପରି ଲୁଣ ମଧ୍ୟ ଶରୀର ପାଇଁ ବହୁତ ଜରୁରୀ । ସାଧାରଣତଃ ଲୁଣର ବ୍ୟବହାର ଖାଦ୍ୟରେ କରାଯାଇ ଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଲୁଣ ପାଣିକୁ ଯଦି ସକାଳୁ ଖାଲି ପେଟରେ ପିଇବେ ତାହାଦ୍ୱାରା କି କି ଲାଭ ମିଳିବ । ତେବେ ଆସନ୍ତୁ ଜାଣିବା..
– ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟରେ ଲୁଣ ପାଣି ପିଇବା ଦ୍ୱାରା କ୍ୟାଲସିୟମର ଅଭାବ ପୂରଣ ହୋଇଥାଏ । ଏହାସହିତ ହାଡ ମଜବୁତ ହୁଏ । ସେଥିପାଇଁ ନିୟମିତ ଖାଲି ପେଟରେ ଲୁଣ ପାଣି ପିଅନ୍ତୁ ।

– ଲିଭର ପାଇଁ ମଧ୍ୟ ଲୁଣ ପାଣି ଖୁବ୍ ଲାଭଦାୟକ । ଏହାଦ୍ୱାରା ଶରୀରରୁ ଟକ୍ସିସ୍ ବାହାରକୁ ବାହାରି ଆସିଥାଏ ଏବଂ ଶରୀର ସୁସ୍ଥ ରୁହେ ।

– ଲୁଣ ପାଣି ଦ୍ୱାରା ଷ୍ଟ୍ରେସ୍ ହରମୋନ୍ସ ମରି ଯାଇଥାନ୍ତି ଏବଂ ରାତିରେ ଭଲ ନିଦ ହୋଇଥାଏ ।

– ଯେଉଁ ବ୍ୟକ୍ତିଙ୍କର ପାଚନ କ୍ରିୟା ଠିକ୍ ଭାବରେ ହୁଏ ନାହିଁ ସେମାନେ ଲୁଣ ପାଣି ନିହାତି ପିଇବା ଜରୁରୀ । ଏହା ପେଟ ପାଇଁ ଖୁବ୍ ଫାଇଦା ହୋଇଥାଏ ।


ସେୟାର କରନ୍ତୁ