ରାଜ୍ୟରେ 97 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ, ମୋଟ ସୁସ୍ଥ ସଂଖ୍ୟା 3144 ଛୁଇଁଲା

Truthink
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 97 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସୁସ୍ଥ ସଂଖ୍ୟା 3144ରେ ପହଞ୍ଚିଅଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ‌ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ କଟକ ଜିଲ୍ଲାରୁ ସର୍ବାଧିକ 17 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 16 ଜଣ, ଗଂଜାମ ଜିଲ୍ଲାରୁ 16 ଜଣ, କନ୍ଧମାଳ ଜିଲ୍ଲାରୁ 14 ଜଣ, ମୟୂରଭଂଜ ଜିଲ୍ଲାରୁ 9 ଜଣ, ଯାଜପୁର ଜିଲ୍ଲାରୁ 7 ଜଣ, ପୁରୀ ଜିଲ୍ଲାରୁ 5 ଜଣ, ନୟାଗଡ଼ା ଜିଲ୍ଲାରୁ 4 ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ 3 ଜଣ, ବରଗଡ଼ ଓ କେନ୍ଦୁଝର ଜିଲ୍ଲାରୁ 2 ଜଣ ଲେଖାଏଁ ଓ ସୁନ୍ଦରଗଡ଼ ଏବଂ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ